Advertisment

ଶ୍ୱଶୁର ଘରୁ ଫେରିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଗଲେ ଯୁବକ; ତା’ପରେ...

ଗତକାଲି ରାମଦାସ ଶ୍ୱଶୁର ଘର କୋନା ଗାଁରୁ ନିଜ ଘରକୁ ଫେରୁଥିଲେ।

Bear

Bear

Advertisment

ଶ୍ୱଶୁର ଘରୁ ଫେରୁଥିଲେ ଯୁବକ। ବାଟରେ ଭାଲୁମାନଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ। ସୌଭାଗ୍ୟ ବଶଃତ ଯୁବକ ଜଣଙ୍କ ବଞ୍ଚି ଯାଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ହାତିବାରୀ ପଞ୍ଚାୟତର ବେନେଙ୍ଗା ଗୁଡା ଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକ ରାମଦାସ ପାଙ୍ଗିଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାମଦାସ ଶ୍ୱଶୁର ଘର କୋନା ଗାଁରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ୩ଟି ଭାଲୁ ଯୁବକଙ୍କୁ ଆକ୍ରମଣ କରିଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ଭାଲୁମାନଙ୍କ ସହ ସଂଘର୍ଷ କରିଥିଲେ ଯୁବକ।

ଏହି ସମୟରେ ଗ୍ରାମବାସୀ ଖବର ପାଇ ସେଠାରେ ପହଞ୍ଚିଯାଇଥିଲେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ପରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

Advertisment
Bear Attack Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe