Advertisment

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Subas Singh

Subas Singh

କଟକ ମେୟର ସୁବାସ ସିଂଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। କଟକ ଖାନନଗର ଛକରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବକଙ୍କ ପରିଚୟ ମିଳିନାହିଁ।  ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାଯାଇଛି। 

Advertisment

ଗତକାଲି ରାତିରେ ଖାନନଗର ଆଡୁ ଆସୁଥିବା ସ୍କୁଟି ଚାଳକଙ୍କୁ ବୀପରିତ ଦିଗରୁ ଆସୁଥିବା ମେୟରଙ୍କ କାର୍ ଧକ୍କା ଦେଇଥିଲା। ପରେ ଯୁବକଙ୍କ ଜଣଙ୍କ ତଳେ ପଡ଼ି ଯାଇଥିଲେ। ତାଙ୍କ ଦେହରୁ ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣା ପରେ ମେୟର ଗାଡ଼ିରୁ ଓହ୍ଲାଇ ଅଟୋ ଯୋଗେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି। ଦୁର୍ଘଟଣାରେ ଯୁବକଙ୍କ ସ୍କୁଟି ମଧ୍ୟ ଭାଙ୍ଗିଯାଇଛି।

ତେବେ ଦୁର୍ଘଟଣା ନେଇ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Roadaccident Cuttack