Jagatsinghpur
ଘରକୁ ଫେରୁଥିଲେ। ହେଲେ ଘରକୁ ଯିବା ପରିବର୍ତ୍ତେ ବ୍ରିଜ୍ ଉପରେ ବାଇକ୍ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଦେବୀ ନଦୀରେ ଘଟିଛି। ତେବେ ସେ କ’ଣ ପାଇଁ ନଦୀକୁ ଡେଇଁ ପଡ଼ିଲେ, ତାହା ଜଣାପଡ଼ି ନାହିଁ।
ନାଉଗାଁ ଥାନା ବଛାଳ ଗାଁର ଶରତ ଲେଙ୍କାଙ୍କ ପୁଅ ସୁଜିତ ଲେଙ୍କା ପୁରୀରେ ରହୁଥିଲେ। ଆଜି ସେ ବାଇକ୍ରେ ଗାଁକୁ ଆସୁଥିଲେ। ଘରକୁ ଯିବା ପରିବର୍ତ୍ତେ ସେ ଶିଖରଘାଟ ପୋଲ ଉପରେ ବାଇକ ଛିଡ଼ା କରି ଠିଆ ହୋଇଥିଲେ। ପରେ ବ୍ରିଜ୍ ଉପରେ ବାଇକ୍ ଓ ଚପଲ ରଖି ଦେବୀ ନଦୀକୁ ଡେଇଁ ପଡିଥିଲେ। ନଦୀରେ ପ୍ରବଳ ପାଣି ପ୍ରବାହିତ ହୋଇଥିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଯାଇପାରିଲେ ନାହିଁ।
ସ୍ଥାନୀୟ ଲୋକେ ଏନେଇ ନାଉଗାଁ ଥାନା ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଦେବୀ ନଦୀ କୂଳରେ ପହଞ୍ଚିଥିଲେ। ପାଣି ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନାହିଁ। ତେବେ ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ- ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us