Advertisment

ଟାଟା ପାୱାରରେ କର୍ମଚାରୀଙ୍କ ମୃତ୍ୟୁରୁ ଉତ୍ତେଜନା

ପରିବାର ଲୋକ ଓ ସ୍ଥାନୀୟ ଲୋକ ମୃତଦେହକୁ ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବିରେ ୩୨୬ ନଂ ଜାତୀୟ ରାଜପଥ ଅବାରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Mohana

Mohana

Advertisment

ମୋହନା ଟାଟା ପାୱାରରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି! କିନ୍ତୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଗଜପତି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Advertisment

ମୋହନା ଗାଁର ଗଣେଶ ମଲ୍ଲିକ ଟାଟା ପାୱାରରେ ହେଲ୍‌ପର ଭାବେ କାମ କରୁଥିଲେ। ଆଜି ମୋହନାରେ ବିଦ୍ୟୁତ ନଥିବାରୁ ଆଫିସ ଆସିବା ପାଇଁ ଡାକରା ଆସିଥିଲା। ତେଣୁ ଗଣେଶ ଅଫିସ୍‌ ଯାଇଥିଲେ। ଅଭିଯୋଗ ଅନୁସାରେ ବିଦ୍ୟୁତ ମରାମତି ବେଳେ ସେ ଅସୁସ୍ଥ ହୋଇଥିଲେ। ଅଫିସ୍‌ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ମୋହନା ମେଡ଼ିକାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ପରିବାର ଲୋକ ଓ ସ୍ଥାନୀୟ ଲୋକ ମୃତଦେହକୁ ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବିରେ ୩୨୬ ନଂ ଜାତୀୟ ରାଜପଥ ଅବାରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଟାଟା ପାୱାର ସହକାରୀ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଛନ୍ତି। ସେପଟେ ନିର୍ବାହୀ ଅଧିକାରୀ କହିଛନ୍ତି, କିଭକି ମୃତ୍ୟୁ ଘଟିଲା ତାହା ତଦନ୍ତ ହେବ।

Advertisment

ସେପଟେ ରାସ୍ତାରୋକ ଯୋଗୁ ଗାଳି ଚଳାଚଳ ଠପ୍‌ ହୋଇଯାଇଛି। ଆର୍‌.ଉଦୟଗିରି ଏସ୍‌ଡିପିଓ ଅଶ୍ୱିନୀ କୁମାର ନାୟକ, ମୋହନା ବିଡିଓ ରାଜୀବ ଦାସ ଓ ତହସିଲଦାର ସତ୍ୟବାନ ନାୟକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ମାତ୍ର ଉତ୍ତ୍ୟକ୍ତ ଲୋକ ନିଜ ଜିଦ୍‌ରେ ଅଟଳ ରହିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।

ରିପୋର୍ଟ- ମୋହନାରୁ ମିହିର ଜତି

Accident Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe