Advertisment

ପିକ୍‌ନିକ ପାଇଁ ଯାଇଥିଲେ, ସାଙ୍ଗଙ୍କୁ ମେଡ଼ିକାଲ୍‌ରେ ଛାଡ଼ି ଚମ୍ପଟ ମାରିଲେ!

ବାଲେଶ୍ୱର ITR କଲୋନୀର ବିଶ୍ୱ ସୁନ୍ଦର ଜେନା ଓ ତାଙ୍କର ୪ ସାଙ୍ଗ ନୂଆବର୍ଷରେ ପିକ୍‌ନିକ କରିବା ପାଇଁ ଶିମିଳିପାଳ ଯାଇଥିଲେ। ସେମାନେ ଶିମିଳିପାଳ ପାଦ ଦେଶରେ ବୋହି ଯାଇଥିବା ପଳପଳା ନଈ କୂଳରେ ଭୋଜି କରୁଥିଲେ।

Medical

Medical

Advertisment

ପିକ୍‌ନିକ୍‌ କରିବାକୁ ଯାଇଥିଲେ। ହେଲେ ନଈରେ ବୁଡ଼ିଗଲେ ସାଙ୍ଗ। ତାଙ୍କୁ ନଈରୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଛାଡ଼ି ଚମ୍ପଟ ମାରିଲେ ୪ ବନ୍ଧୁ। ଏପରି ଘଟଣା ବାରିପଦାରେ ଘଟିଛି। କ’ଣ ପାଇଁ ସାଙ୍ଗଙ୍କୁ ମେଡ଼ିକାଲ୍‌ରେ ଛାଡ଼ି ଚମ୍ପଟ ମାରିଲେ, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ବାଲେଶ୍ୱର ITR କଲୋନୀର ବିଶ୍ୱ ସୁନ୍ଦର ଜେନା ଓ ତାଙ୍କର ୪ ସାଙ୍ଗ ନୂଆବର୍ଷରେ ପିକ୍‌ନିକ କରିବା ପାଇଁ ଶିମିଳିପାଳ ଯାଇଥିଲେ। ସେମାନେ ଶିମିଳିପାଳ ପାଦ ଦେଶରେ ବୋହି ଯାଇଥିବା ପଳପଳା ନଈ କୂଳରେ ଭୋଜି କରୁଥିଲେ। ରୋଷେଇ ବାସ ପରେ ସେମାନେ ନଈରେ ଗାଧୋଉଥିଲେ। ଅସାବଧାନତା ଯୋଗୁ ବିଶ୍ୱ ସୁନ୍ଦର ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ ନେବା ପରିବର୍ତ୍ତେ ୨୫ କିମି ଦୂର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରଘଟ ହେବା ପରେ ମେଡ଼ିକାଲ୍‌ରେ ଲୋକଙ୍କ ଗହଳି ଜମିଥିଲା। କିଛି ସମୟ ପରେ ପରିବାର ଲୋକ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପଳପଳା ନଈ ଆଖପାଖ ଅଞ୍ଚଳରେ ଡାକ୍ତରଖାନା ଥିବା ସତ୍ତ୍ୱେ ସେମାନେ କାହିଁକି ବିଶ୍ୱ ସୁନ୍ଦରଙ୍କୁ ୨୫ କିମି ଦୂରରେ ଥିବା ମେଡିକାଲ୍‌ କଲେଜରେ ଭର୍ତ୍ତିକରି ପଳାଇଲେ? ଏହା ପଛରେ ଆଉ କିଛି କାରଣ ନାହିଁ ତ?

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ୍‌ ପାଣି

Balasore Accident Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe