Advertisment

ଗଞ୍ଜେଇ ଧରି ଦ୍ରୁତଗତିରେ ଯାଉଥିଲେ, ଗଛରେ ପିଟି ହେଲେ

ଛତିଶଗଡ଼ ଅଞ୍ଚଳର ଜଣେ ଯୁବକ ବ୍ୟାଗରେ ଗଞ୍ଜେଇ ଧରି ବାଇକ୍‌ରେ ଦ୍ରୁତଗତିରେ ସୋନପୁର କଲେଜ ରାସ୍ତାରେ ଯାଉଥିଲେ। ତେବେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଗଛରେ ପିଟି ହୋଇଥିଲେ।

Accident

Accident

Advertisment

ଗଞ୍ଜେଇ ଧରି ଦ୍ରୁତଗତିରେ ବାଇକ୍‌ରେ ଯାଉଥିଲେ। ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଥିଲେ ଯୁବକ। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୋନପୁର କଲେଜ ରୋଡ୍‌ରେ ଘଟିଛି।

Advertisment

ଛତିଶଗଡ଼ ଅଞ୍ଚଳର ଜଣେ ଯୁବକ ବ୍ୟାଗରେ ଗଞ୍ଜେଇ ଧରି ବାଇକ୍‌ରେ ଦ୍ରୁତଗତିରେ ସୋନପୁର କଲେଜ ରାସ୍ତାରେ ଯାଉଥିଲେ। ତେବେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଗଛରେ ପିଟି ହୋଇଥିଲେ। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ରାସ୍ତା ପାର୍ଶ୍ୱରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଯୁବକଙ୍କ ବ୍ୟାଗରୁ ଗଞ୍ଜେଇ ଜବତ କରିଛି ପୁଲିସ୍‌।

ମୃତ ଯୁବକଙ୍କ ଘର ଛତିଶଗଡ଼ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କ ପରିଚୟ ଜଣାପଡ଼ୁ ନାହିଁ। ସେଥିପାଇଁ ପୁଲିସ ସୋନପୁର ପାଖ ପଡୋଶୀ ଜିଲ୍ଲା ଏବଂ ଛତିଶଗଡ଼ ରାଜ୍ୟର ପୁଲିସ୍‌ ସହ ଯୋଗାଯୋଗ କରୁଛି।

Advertisment

ରିପୋର୍ଟ-ସୋନପୁରରୁ ରବିନ୍ଦ୍ର ହୋତା

Accident Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe