Advertisment

ଦୁର୍ଘଟଣାରେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମୃତ୍ୟୁ

ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷା ଯମୁନା ନାଇକଙ୍କ ସ୍ୱାମୀ ଆମର ନାଇକ ଆଜି ସନ୍ଧ୍ୟା ବେଳେ ବାଇକ୍‌ରେ ଚିକିଟିରୁ ନିଜ ଘର ଦେଖାଳି ଫେରୁଥିଲେ। ତେବେ ଚିକିଟି-ଦିଗପହଣ୍ଡି ମୁଖ୍ୟ ରାସ୍ତାର ଜକର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

author-image
Manoranjan Sial
Ganjam

Ganjam

ବାଇକ୍‌ ଦୁର୍ଘଟଣାରେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଚିକିଟି-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଘଟିଛି। ମୃତ ଯୁବକ ହେଉଛନ୍ତି ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷା ଯମୁନା ନାଇକଙ୍କ ସ୍ୱାମୀ ଆମର।

Advertisment

ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷା ଯମୁନା ନାଇକଙ୍କ ସ୍ୱାମୀ ଆମର ନାଇକ ଆଜି ସନ୍ଧ୍ୟା ବେଳେ ବାଇକ୍‌ରେ ଚିକିଟିରୁ ନିଜ ଘର ଦେଖାଳି ଫେରୁଥିଲେ। ତେବେ ଚିକିଟି-ଦିଗପହଣ୍ଡି ମୁଖ୍ୟ ରାସ୍ତାର ଜକର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିଟି ମେଡିକାଲ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେ.ନୂଆଁ ଗାଁ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ପାଢ଼ୀ

Road Accident Ganjam Accident