Advertisment

ପିକ୍‌ଅପ୍‌ ଭ୍ୟାନ୍‌ରେ ପିଟି ହେଲା ବାଇକ୍‌, ଯୁବକ ମୃତ

ପଶ୍ଚିମବଙ୍ଗରୁ ତେଲ ନେଇ ଆସୁଥିବା ଗୋଟିଏ ପିକଅପ ଭ୍ୟାନ ସହ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା।

author-image
Hemant Lenka
undefined

Accident

ପିକଅପ ଭ୍ୟାନ ଓ ଗୋଟିଏ ବାଇକ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା। ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ହିଁ ଚାଲି ଯାଇଛି ବାଇକ ଆରୋହୀଙ୍କ ଜୀବନ। ମୃତ ବାଇକ ଚାଳକ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗାଁର ତ୍ରିଲୋଚନ ମହାନ୍ତି।

Advertisment

ଆଜି ସେ ଜଳେଶ୍ୱର ବଜାରକୁ କୌଣସି କାମରେ ଯାଇଥିଲେ। ସେଠାରୁ କାମ ସାରି ନିଜ ବାଇକରେ ଘରକୁ ଫେରୁଥିଲେ। କିନ୍ତୁ ଅଗ୍ରୱାଲା ଛକ ଠାରୁ କିଛି ଦୂରରେ ଥିବା ଚନ୍ଦନା ଠାରେ ଘଟିଥିଲା ଅଘଟଣ। ପଶ୍ଚିମବଙ୍ଗରୁ ତେଲ ନେଇ ଆସୁଥିବା WB 33A 9878ନଂ ବିଶିଷ୍ଟ ଗୋଟିଏ ପିକଅପ ଭ୍ୟାନ ସହ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ତ୍ରିଲୋଚନଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଯାଇଥିଲେ। ସେମାନଙ୍କୁ ଦେଖି ପିକଅପ ଭ୍ୟାନର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛନ୍ତି।

Advertisment

ଖବର ପାଇ ଜଳେଶ୍ୱର ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ପିକଅପ ଭ୍ୟାନକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସେହିପରି ବ୍ୟବଚ୍ଛେଦ ପରେ ତ୍ରିଲୋଚନଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Odisha Balasore Accident