Advertisment

ମାପଚୁପ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଯୁବକ

ତୁଳସୀନଗର ପଡା ନିକଟରେ ଥିବା ମହାରାଣୀସାଗରରେ ମାଟି ଉନ୍ନତିକରଣ କାମ ଚାଲିଛି। ଆଜି ପୌରସଂସ୍ଥା ଓ ଠିକସଂସ୍ଥା ତରଫରୁ ମାପଚୁପ କରାଯାଉଥିଲା। ସେହି ସମୟରେ ରାଜା ନାମକ ଜଣେ ଶ୍ରମିକକୁ ଆଲୁମିନିୟମର ବଡ ଷ୍ଟିକ୍‌ ଧରିବାକୁ କୁହାଯାଇଥିଲା।

author-image
Manoranjan Sial
 Electric Shock

Electric Shock

ମାପଚୁପ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଯୁବକ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଟାଉନ୍‌ରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ତୁଳସୀନଗର ପଡା ନିକଟରେ ଥିବା ମହାରାଣୀସାଗରରେ ମାଟି ଉନ୍ନତିକରଣ କାମ ଚାଲିଛି। ଆଜି ପୌରସଂସ୍ଥା ଓ ଠିକସଂସ୍ଥା ତରଫରୁ ମାପଚୁପ କରାଯାଉଥିଲା। ସେହି ସମୟରେ ରାଜା ନାମକ ଜଣେ ଶ୍ରମିକକୁ ଆଲୁମିନିୟମର ବଡ ଷ୍ଟିକ୍‌ ଧରିବାକୁ କୁହାଯାଇଥିଲା। ସେ ଷ୍ଟିକ୍‌ଟିକୁ ଧରି ଛିଡ଼ା ହୋଇଥିଲେ। ହେଲେ ଅସାବଧାନତା ଯୋଗୁ ସେ ହାତରେ ଧରିଥିବା ଆଲୁମିନିୟମ ଷ୍ଟିକକୁ ଉପରକୁ ଟେକି ଦେଇଥିଲେ। ଯାହାଫଳରେ ଷ୍ଟିକ୍‌ଟି ଉପରେ ଯାଇଥିବା ଉଚ୍ଚ ଶକ୍ତିସମ୍ପନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା।

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ପରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir