Advertisment

ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ବସ୍‌

ମାଆ ମଙ୍ଗଳା ବସ୍‌ ନିର୍ଦ୍ଧାରିତ ସମୟରେ ବେଲପଡାରୁ ବାହାରି ପାଟଣାଗଡ଼ ଅଭିମୁଖେ ଯାଉଥିଲେ। ବସ୍‌ରେ ଖଚାଖଚ୍ଚ ଭିଡ଼ ଥିଲା। ତେବେ ପାଟଣାଗଡ଼-ବେଲପଡା ରାସ୍ତାର ପୋଡ଼ଛାପର ଛକରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା ବସ୍‌।

Bus

Bus

Advertisment

ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ବସ। ଘଟଣା ସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼-ବେଲପଡା ରାସ୍ତାରେ ଘଟିଛି।

Advertisment

ମାଆ ମଙ୍ଗଳା ବସ୍‌ ନିର୍ଦ୍ଧାରିତ ସମୟରେ ବେଲପଡାରୁ ବାହାରି ପାଟଣାଗଡ଼ ଅଭିମୁଖେ ଯାଉଥିଲେ। ବସ୍‌ରେ ଖଚାଖଚ୍ଚ ଭିଡ଼ ଥିଲା। ତେବେ ପାଟଣାଗଡ଼-ବେଲପଡା ରାସ୍ତାର ପୋଡ଼ଛାପର ଛକରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା ବସ୍‌। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତ ବାଇକ୍‌ ଆରୋହୀ ହେଉଛନ୍ତି ପୋଡ଼ଛାପର ଗାଁର ନିବେଶ ଧରୁଆ। ଦୁର୍ଘଟଣା ପରେ ଡ୍ରାଇଭର ବସ୍‌ ଛାଡ଼ି ଚମ୍ପଟ ମାରିଥିଲା। କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ବେଲପଡା ଓ ପାଟଣାଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବୁଝାସୁଝା ପରେ ଉତ୍ତେଜନା ପ୍ରସମିତ ହୋଇଥିଲା। ପୁଲିସ୍‌ ବସ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ

Bus Accident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe