Advertisment

ମାଇଁଙ୍କ ଶୁଦ୍ଧି ସାରି ଫେରୁଥିଲେ, ରାସ୍ତାରେ ପିଟିଦେଲା ଟ୍ରକ୍‌

ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ମରାମତି ପାଇଁ ଗୋଟିଏ ପାର୍ଶ୍ୱ ରାସ୍ତା ଅବରୋଧ ହୋଇଥିବାରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରିଥିଲେ।

author-image
Manoranjan Sial
Accident

Accident

ମାଇଁଙ୍କ ଶୁଦ୍ଧି ସାରି ବାଇକ୍‌ରେ ଘରକୁ ଫେରୁଥିଲେ। ହେଲେ ବିଚ୍‌ ରାସ୍ତାରେ ପିଟିଦେଲା ଟ୍ରକ୍‌। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ଜେନାପଶି ଗାଁର ବିଷ୍ଣୁ ବୋଇତାଙ୍କ ମାଇଁଙ୍କ ମୃତ୍ୟୁ ଘଟିଥିଲା। ତେଣୁ ମାଇଁଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ ବିଷ୍ଣୁ। ଶୁଦ୍ଧି କାମ ସରିବା ପରେ ଆଜି ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ବଇକ୍‌ରେ ମାମୁ ଘର ପଟାଟାଙ୍ଗର ଗାଁରୁ ଘରକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ୪୯ ନମ୍ୱର ଜାତୀୟ ରାଜପଥରେ ଏକ ୧୦ ଚକିଆ ଟ୍ରକ୍‌ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ବିଷ୍ଣୁ ତଳେ ପଡ଼ି ଯାଇଥିଲେ। ଟ୍ରକଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ବିଷ୍ଣୁଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଟ୍ରକ୍‌ ଛାଡି ମାରିଛି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ମରାମତି ପାଇଁ ଗୋଟିଏ ପାର୍ଶ୍ୱ ରାସ୍ତା ଅବରୋଧ ହୋଇଥିବାରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।

Advertisment

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ୍‌। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି। ଏବେ ମଧ୍ୟ ରାସ୍ତାରୋକ ଆନ୍ଦୋଳନ ଚାଲିଛି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

Accident Roadaccident Kendujhar Angul