ଗାଁ ମଣ୍ଡପରେ ଲାଗିଥିବା ଫ୍ୟାନ୍ ସଜାଡୁଥିବା ବେଳେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ୍ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଏପରି ଖବର କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରୁ ଆସିଛି।
Also Read
ତେଲକୋଇ ଥାନା କଳାପୋଖରୀ ଗାଁ ମଣ୍ଡପରେ ଲାଗିଥିବା ଫ୍ୟାନ୍ଟି ଖରାପ ହୋଇଥିଲା। ପ୍ରବଳ ଗରମ ହେଉଥିବାରୁ ସେଠାରେ ବସି ହେଉନଥିଲା। ତେଣୁ ଗାଁର ଯୁବକ ପ୍ରଦୀପ କିଶାନ୍ ଆଜି ଫ୍ୟାନ୍ ସଜାଡୁ ଥିଲେ। ଅସାବଧାନତା ଯୋଗୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅସୁସ୍ଥରେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କର ତାଙ୍କୁ ମୃତ ଘୋଷଣା କରିଥିଲେ।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୯ମ ମହଲାରୁ ଡେଇଁ ବାପା ଓ ଦୁଇ ଛୁଆ ମୃତ
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଏନେଇ ଖୋଳତାଡ଼ ଜାରି ରହିଛି।

Accident
ପାଇଖାନା ଟାଙ୍କିରେ ଚାଲିଗଲା ୪ ଜୀବନ
ଏନ୍ ସନ୍ତୁ, ଅମୀୟ ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତରାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Accident
ବାଇକ୍ ସହ ଜଳିଗଲେ ପୁଲିସ୍ ଏଏସ୍ଆଇ, ପରିବାର ଲୋକେ କି ଅଭିଯୋଗ ଆଣିଲେ
ଗତକାଲି ବିଳମ୍ବିତ ରାତିରେ ସେ ବାଇକରେ ଭବାନୀପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିଲେ।

Accident
ପରିବାର ଲୋକଙ୍କ ସହିତ ସିକ୍କିମ ବୁଲିବାକୁ ଯାଇଥିଲେ ଓଡ଼ିଶାର ବିଜେପି ନେତ୍ରୀ; ନଦୀରେ ଗାଡ଼ି ପଡ଼ି ଯିବାରୁ ତାଙ୍କ ସମେତ ୯ ନିଖୋଜ
ଗତ ରବିବାର ରାତି ସାଢ଼େ ୧୨ଟାରେ ଯାଜପୁର ରୋଡ୍ରୁ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଲୋକେ ସିକ୍କିମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।