Advertisment

ଫ୍ୟାନ୍‌ ସଜାଡ଼ୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ତେଲକୋଇ ଥାନା କଳାପୋଖରୀ ଗାଁ ମଣ୍ଡପରେ ଲାଗିଥିବା ଫ୍ୟାନ୍‌ଟି ଖରାପ ହୋଇଥିଲା। ପ୍ରବଳ ଗରମ ହେଉଥିବାରୁ ସେଠାରେ ବସି ହେଉନଥିଲା। ତେଣୁ ଗାଁର ଯୁବକ ପ୍ରଦୀପ କିଶାନ୍‌ ଆଜି ଫ୍ୟାନ୍‌ ସଜାଡୁ ଥିଲେ।

Telkoi

Telkoi

Advertisment

ଗାଁ ମଣ୍ଡପରେ ଲାଗିଥିବା ଫ୍ୟାନ୍‌ ସଜାଡୁଥିବା ବେଳେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ୍‌ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଏପରି ଖବର କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରୁ ଆସିଛି।

Advertisment

ତେଲକୋଇ ଥାନା କଳାପୋଖରୀ ଗାଁ ମଣ୍ଡପରେ ଲାଗିଥିବା ଫ୍ୟାନ୍‌ଟି ଖରାପ ହୋଇଥିଲା। ପ୍ରବଳ ଗରମ ହେଉଥିବାରୁ ସେଠାରେ ବସି ହେଉନଥିଲା। ତେଣୁ ଗାଁର ଯୁବକ ପ୍ରଦୀପ କିଶାନ୍‌ ଆଜି ଫ୍ୟାନ୍‌ ସଜାଡୁ ଥିଲେ। ଅସାବଧାନତା ଯୋଗୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅସୁସ୍ଥରେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କର ତାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Accident Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe