Advertisment

ମଦ ନିଶାରେ ଘର ଭାବି ଶୋରିଷ ବାଡ଼ିରେ ଶୋଇଥିଲେ! ତା’ପରେ...

କାଞ୍ଜିପାଣି ଥାନା ଗୁପ୍ତଗଙ୍ଗା ଗାଁର ବାଣେଶ୍ୱର ଯୁଆଙ୍ଗ ସୋମବାର ମଧ୍ୟାହ୍ନରେ ସାଙ୍ଗମାନଙ୍କ ସହିତ ମହାକୁଡ଼ ସାହିକୁ ଯାଇଥିଲେ। ସେଠାରେ ସମସ୍ତେ ମଦ ପିଇଥିବା ଅଭିଯୋଗ ହୋଇଥିଲା। ମଦ ପିଇବା ପରେ ସାଙ୍ଗମାନେ ନିଜ ନିଜ ରାସ୍ତାରେ ପଳାଇଗଲେ।

Telkoi

Telkoi

Advertisment

ମଦ ପିଇବା ପରେ ଚଉଦ ଭୁବନ ଦେଖାଦେଲା। ନିଶାରେ ଆକାଶରେ ଉଡିଲେ। ତା’ପରେ ନିଜ ଘର ଭାବି ରାସ୍ତା ପାର୍ଶ୍ୱ ଶୋରିଷ ବାଡ଼ିରେ ଶୋଇଥିଲେ! ଅସମ୍ଭାଳ ଥାଣ୍ଡାରେ ରାତି ତମାମ ଶୋଇଷ ଖେତରେ ପଡ଼ିଥିଲେ। ଆଜି ମେଡ଼ିକାଲ୍‌ ନେଲା ବେଳକୁ ତାଙ୍କର ମୃତ୍ୟୁ ଘଟିଲା। ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

Advertisment

କାଞ୍ଜିପାଣି ଥାନା ଗୁପ୍ତଗଙ୍ଗା ଗାଁର ବାଣେଶ୍ୱର ଯୁଆଙ୍ଗ ସୋମବାର ମଧ୍ୟାହ୍ନରେ ସାଙ୍ଗମାନଙ୍କ ସହିତ ମହାକୁଡ଼ ସାହିକୁ ଯାଇଥିଲେ। ସେଠାରେ ସମସ୍ତେ ମଦ ପିଇଥିବା ଅଭିଯୋଗ ହୋଇଥିଲା। ମଦ ପିଇବା ପରେ ସାଙ୍ଗମାନେ ନିଜ ନିଜ ରାସ୍ତାରେ ପଳାଇଗଲେ। ଆଉ ବାଣେଶ୍ୱର ଘରକୁ ଫେରୁଥିଲେ। ମଦ ପିଇଥିବାରୁ ତାଙ୍କୁ ପ୍ରବଳ ନିଶା ହୋଇଥିଲା। ଠିକ୍‌ରେ ଚାଲି ପାରୁନଥିଲେ। ତଥାପି ଚଉଦ ଭୁମନ ତାଙ୍କୁ ଦେଖାଯାଉଥିଲା। ନିଶା ଏତେ ହୋଇଥିଲା ଯେ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏକ ଶୋରିଷ ବାଡ଼ି ଭିତରକୁ ପଶି ଯାଇଥିଲେ। ଘର ଭାବି ସେଠାରେ ରାତି ତମାମ ଶୋଇ ପଡ଼ିଥିଲେ।

ସେପରେ ପରିବାର ଲୋକେ ବାଣେଶ୍ୱରଙ୍କୁ ଚାରିଆଡେ ଖୋଜା ଖୋଜି କରିଥିଲେ। ହେଲେ ତାଙ୍କର ପତ୍ତା ପାଇନଥିଲେ। ଆଜି ସକାଳେ ତାଙ୍କୁ ଶୋରିଷ ବାଡିରେ ଆଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ତଙ୍କୁ ଆମ୍ବୁଲାନ୍ସରେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଦ ନିଶାରେ ପ୍ରବଳ ଶୀତରେ ରାତି ତମାମ ଶୋରିଷ କିଆରିରେ ପଡ଼ିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।

Advertisment

ପୁଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe