Dam
ରବିବାର ଥିବାରୁ ଆଜି ଡ୍ୟାମରେ ମଉଜ କରୁଥିଲେ। କିନ୍ତୁ ଅସାବଧାନତା ଯୋଗୁ ଜଣେ ଯୁବକ ଡ୍ୟାମରେ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତରେ ଥିବା ଡମଡ଼ମଣୀ ପୀଠ ନିକଟ ଡ୍ୟାମରେ ଦେଖିବାକୁ ମିଳିଛି।
ପର୍ଯ୍ୟଟନ ସ୍ଥଳୀ ଡମଡମଣୀ ପୀଠକୁ ବହୁ ସମୟରେ ଲୋକମାନେ ଭୋଜି କରିବାକୁ ଆସିଥାନ୍ତି। ଏହିକ୍ରମରେ ଆଜି କଟକ ସିଡିଏ ଅଞ୍ଚଳର ୪ ଜଣ ଯୁବକ ଭୋଜି କରିବାକୁ ଏଠାକୁ ଆସିଥିଲେ। ସେମାନେ ଭୋଜି କରିବା ସହ ଡ୍ୟାମରେ ଗାଧୋଇବାର ମଜା ନେଉଥିଲି। କିନ୍ତୁ ଏହି ସମୟରେ ଅଂଶୁମାନ ନାୟକ ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ।
ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ପାଇ ନଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ଚୌଦ୍ୱାର ସ୍ଥିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ଅଂଶୁମାନଙ୍କ କୌଣସି ଖୋଜ ଖବର ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dam_1696164610.jpg)