Advertisment

ଜଳ ପ୍ରପାତ ବୁଲିବାକୁ ଯାଇ ଯୁବକ ନିଖୋଜ

ନିଖୋଜ ଥିବା ଯୁବକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବଳିତା ଗ୍ରାମର ହରେକୃଷ୍ଣ ସାହୁ ।

ଅଦ୍ୟତନ ହୋଇଛି
Mising

Mising

Advertisment

ଜଳପ୍ରପାତ ବୁଲିବା ସହ ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଯାଇଥିଲେ ୪ ସାଙ୍ଗ। ମାତ୍ର ସେମାନଙ୍କ ମଧ୍ୟରୁ ଜଳପ୍ରପାତରେ ଗୋଡ଼ ଖସି ଯିବାରୁ ଜଣେ ନିଖୋଜ ହୋଇ ଯାଇଛନ୍ତି। ଗତକାଲିଠୁ ଦମକଳ କର୍ମଚାରୀ ତାଙ୍କ ସନ୍ଧାନ କରୁଥିଲେ ବି ଖୋଜଖବର ମିଳିପାରୁନି।  ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକର ବାଦଲଗିରି ଜଳ ପ୍ରପାତରେ ଘଟିଛି ଏହି ଅଘଟଣ। ନିଖୋଜ ଥିବା ଯୁବକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବଳିତା ଗ୍ରାମର ହରେକୃଷ୍ଣ ସାହୁ ।

Advertisment

ଏକ ଠିକା ସଂସ୍ଥା ତରଫରୁ ରାଉରକେଲା ଏନଆଇଟିରେ ମେଣ୍ଟେନାନ୍ସ କାମ କରୁଥିଲେ ହରେକୃଷ୍ଣ ସାହୁ । ଏକ କାର୍‌ ଯୋଗେ ହରେକୃଷ୍ଣ ଓ ଉକ୍ତ ସଂସ୍ଥାର ଆଉ ୩ ଜଣ କର୍ମଚାରୀ ଗତକାଲି ବାଦଲଗିରି ଜଳ ପ୍ରପାତ ବୁଲିବାକୁ ଯାଇଥିଲେ। ସେଠାରେ ସମସ୍ତେ ଗାଧୋଉ ଥିବା ବେଳେ ହରେକୃଷ୍ଣଙ୍କ ଗୋଡ଼ ଖସିଯିବାରୁ ସେ ବୁଡ଼ି ଯାଇଥିଲେ। 

ହରେକୃଷ୍ଣଙ୍କ ଅନ୍ୟ ତିନି ସାଙ୍ଗ ସଙ୍ଗେ ସଙ୍ଗେ ଖୋଜାଖୋଜି ଆରମ୍ଭ କରିଥିଲେ ବି ପାଣିର ପ୍ରଖର ସ୍ରୋତରେ ସେମାନେ ଅଧିକ ସମୟ ସନ୍ଧାନ କରି ପାରି ନ ଥିଲେ। ତେଣୁ ସେମାନେ ଘଟଣା ସଂପର୍କରେ ଗୁରୁଣ୍ଡିଆ ଥାନାରେ ଅଭିଯୋଗ କରିଥିଲେ।

Advertisment

ଗୁରୁଣ୍ଡିଆ ପୁଲିସର ଏକ ଟିମ୍‌ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁତ ଖୋଜା ଖୋଜି କରିବା ପରେ ବି ଗତକାଲି ହରେକୃଷ୍ଣଙ୍କ ସନ୍ଧାନ ପାଇ ନଥିଲେ। ଆଜି ପୁନର୍ବାର ତଲାସୀ ଆରମ୍ଭ ହୋଇଥିଲେ ବି କିଛି ସଫଳତା ମିଳିନି। ଏହି ମାମଲାରେ ପୁଲିସ୍‌ ହରେକୃଷ୍ଣଙ୍କ ତିନି ସାଙ୍ଗକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

ସେପଟେ ଏହି ଜଳ ପ୍ରପାତରେ ଗତ ବର୍ଷ ଜଣେ ଯୁବକର ମୃତ୍ୟୁ ହୋଇଥିଲା। ଏହାପରେ ଉକ୍ତ ଜଳ ପ୍ରପାତକୁ ବିପଦପୂର୍ଣ୍ଣ ଦର୍ଶାଇ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଥିଲା। ମାତ୍ର ପୁଣି କିପରି ଏହି ଯୁବକମାନେ ସେଠାକୁ ଯିବାକୁ ସକ୍ଷମ ହେଲେ ତାହା ତଦନ୍ତ ସାପେକ୍ଷ ।

Sundargarh Missing Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe