Advertisment

ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇରେ ବୁଡ଼ିଗଲେ ଯୁବକ

ଗତକାଲି ସନ୍ଧ୍ୟା ସମୟରେ ପ୍ରଫୁଲ୍ଲ ବିଶ୍ୱକର୍ମାଙ୍କ ମୂର୍ତ୍ତି ଭସାଣ କରିବା ପାଇଁ କୁଆଖାଇ ନଦୀକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Bhubaneswar

Bhubaneswar

Advertisment

ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନିଖୋଜ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ବିଶ୍ୱାଳ। ତାଙ୍କ ଘର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ।

Advertisment

ଗତକାଲି ସନ୍ଧ୍ୟାରେ ପ୍ରଫୁଲ୍ଲ  ଅନ୍ୟ ଯୁବକଙ୍କ ସହ ବିଶ୍ୱକର୍ମାଙ୍କ ମୂର୍ତ୍ତି ଭସାଣ କରିବା ପାଇଁ କୁଆଖାଇ ନଦୀକୁ ଯାଇଥିଲେ। ଏହି ସମୟରେ ସେ ନଦୀରେ ବୁଡ଼ିଯାଇଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହେବାରୁ ଆଉ ଖୋଜାଖୋଜି କରାଯାଇଥିଲ।

ଆଜି ସକାଳେ ପ୍ରଫୁଲ୍ଲଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ପ୍ରଫୁଲ୍ଲ ପାଇପ୍ ମିସ୍ତ୍ରୀ ଭାବରେ କାମ  କରୁଥିଲେ। 

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe