/odisha-reporter/media/post_attachments/uploadimage/library/16_9/16_9_0/Blast_1707975110.jpg)
Blast
ଦୋଳ ମେଲଣ ପ୍ରୋସେସନ ବେଳେ ଅଘଟଣ ଘଟିଛି। ଜଣେ ଯୁବକଙ୍କ ହାତରେ ବାଣ ଫୁଟି ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଳା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି।
Advertisment
ଆହତ ଯୁବକ ଜଣଙ୍କ ହେଲେ ନାହାକ ପଡ଼ା ଗ୍ରାମର ଅଜୟ ସେଠୀ। ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଦୋଳ ମେଲଣ ପ୍ରୋସେସନରେ ଅଜୟ ବାଣ ଫୁଟାଉଥିଲେ। ଏହି ସମୟରେ ତାଙ୍କ ହାତରେ ବାଣ ଫୁଟି ଯାଇଥିଲା। ଅଜୟଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
