Advertisment

ଦୋଳ ମେଲଣ ପ୍ରୋସେସନ ବେଳେ ଅଘଟଣ; ଯୁବକଙ୍କ ହାତରେ ଫୁଟିଲା ବାଣ

ଦୋଳ ମେଲଣ ପ୍ରୋସେସନରେ ଅଜୟ ଆଜି ବାଣ ଫୁଟାଉଥିଲେ।

Blast

Blast

Advertisment

ଦୋଳ ମେଲଣ ପ୍ରୋସେସନ ବେଳେ ଅଘଟଣ ଘଟିଛି। ଜଣେ ଯୁବକଙ୍କ ହାତରେ ବାଣ ଫୁଟି ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଳା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି।

Advertisment

ଆହତ ଯୁବକ ଜଣଙ୍କ ହେଲେ ନାହାକ ପଡ଼ା ଗ୍ରାମର ଅଜୟ ସେଠୀ। ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 ଦୋଳ ମେଲଣ ପ୍ରୋସେସନରେ ଅଜୟ ବାଣ ଫୁଟାଉଥିଲେ। ଏହି ସମୟରେ ତାଙ୍କ ହାତରେ ବାଣ ଫୁଟି ଯାଇଥିଲା। ଅଜୟଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ସ୍ଥାନାନ୍ତର କରାଯାଇଛି।

Advertisment
Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe