Advertisment

୧୬ ମାର୍ଚ୍ଚ, ଶନିବାର; ଶତ୍ରୁମାନେ ପରାଜିତ ହେବେ

ବ୍ୟବସାୟରେ ଲାଭ ମିଳିବାରୁ ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ସନ୍ତାନମାନଙ୍କର ସ୍ୱଭାବ ଆଚରଣ ଦେଖି ବାପାମାଆ ଖୁସି ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଦୂରସ୍ଥାନକୁ ଯାତ୍ରା କରିବେ।

Rasi

Rasi

Advertisment

ମେଷ:କର୍ମକ୍ଷେତ୍ରରେ ମାନସମ୍ମାନ ସହ ପଦୋନ୍ନତି ପାଇଁ ଶୁଭଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ।
ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରୀ କ୍ଷେତ୍ରରେ ସଫଳତା ପାଇବେ।

Advertisment

ବୃଷ:ପରିବାରରେ ହସଖୁସିରେ ସମୟ ବିତାଇବେ ଏବଂ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟରେ ଲାଭ ପାଇବେ ଓ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ନାହିଁ ଓ ଗୁପ୍ତଶତ୍ରୁ ବୃଦ୍ଧି ହେବେ।

ମିଥୁନ:ବ୍ୟବସାୟରେ ଅଯଥାରେ ବ୍ୟୟ ହେବାରୁ ମନ ଭଲ ରହିବ ନାହିଁ। ନିର୍ମାଣଧୀନ କାର୍ଯ୍ୟ ପାଇଁ କାହାରି ସହିତ ମତାନ୍ତର ହୋଇପାରେ।
ସନ୍ତାନସନ୍ତତି ମାନେ ପାଠପଢ଼ା ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ।

Advertisment

କର୍କଟ:ବ୍ୟବସାୟରେ ଲାଭ ମିଳିବାରୁ ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ସନ୍ତାନମାନଙ୍କର ସ୍ୱଭାବ ଆଚରଣ ଦେଖି ବାପାମାଆ ଖୁସି ହେବେ।
କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଦୂରସ୍ଥାନକୁ ଯାତ୍ରା କରିବେ।

ସିଂହ:ନୂଆ ବନ୍ଧୁଙ୍କ ସହିତ ମିଳନ ହେବ, ଦୂରସ୍ଥାନକୁ ଯାତ୍ରା କରିବା ସହିତ ସୁସ୍ୱାଦୁ ଭୋଜନ କରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ ଏବଂ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇଲେ ମଧ୍ୟ ଗୁପ୍ତଶତ୍ରୁ ବୃଦ୍ଧି ହେବେ।

କନ୍ୟା: ପରିବାରରେ ଲାଗିଥିବା ସମସ୍ୟାକୁ ବନ୍ଧୁ ସମାଧାନ କରିଦେବେ। ବ୍ୟବସାୟରେ ଲାଭ ମିଳିବ କିନ୍ତୁ ଅଯଥାରେ ଅର୍ଥ ବ୍ୟୟ ହେବ।
ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ସୁସ୍ୱାଦୁ ଭୋଜନ କରିବେ।

ତୁଳା: ପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ। 

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ପରିବାରରେ ଛୋଟ ଛୋଟ କଥାକୁ ନେଇ ମନୋମାଳିନ୍ୟ, ସନ୍ଦେହ ଓ ଭୁଲ୍ ବୁଝାମଣା ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିବେ । ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ହାସଲ କରିବେ । ପୁରାତନ ରୋଗର ଉପଶମ ହେବ । ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ।

କୁମ୍ଭ: ଶତ୍ରୁମାନେ ପରାଜିତ ହେବେ। ବିଚାରଧୀନ ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ। ଅପରାହ୍ନରେ ଦେବ ଦର୍ଶନ ସକାଶେ ମନ ବଳାଇପାରନ୍ତି ଏବଂ ଦୂର ଯାତ୍ରା କରିପାରନ୍ତି । ପରିବାରରେ ପୁତ୍ରକନ୍ୟାଙ୍କ କାର୍ଯ୍ୟ କଳାପକୁ ନେଇ କେତେକ ସମସ୍ୟା ମନକୁ ବିଚଳିତ କରିବ ।

ମୀନ: ଆର୍ଥିକ ଅଭିବୃଦ୍ଧି ଘଟିବ। ଶତ୍ରୁମାନେ ପରାଜିତ ହେବେ, ବିଚାରଧୀନ ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ପୈତୃକ ସଂପତ୍ତି ସୀମାକୁ ନେଇ ପଡୋଶୀଙ୍କ ସହିତ ମନାନ୍ତର ହେବାର ସମ୍ଭାବନା ରହିଛି । ଯାନବାହନ ଚଳାଇବାବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିପାରେ।

Astrology
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe