Advertisment

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସିଡି କେଉଁ ଦିଗକୁ ହେବା ଉଚିତ

ଘରର ସିଡ଼ି ସଦା ସର୍ବଦା ଦକ୍ଷିଣାବର୍ତ୍ତି ହେବା ଉଚିତ୍।

author-image
Tapaswini Nayak
ଅଦ୍ୟତନ ହୋଇଛି
vastu

vastu

ଘରଟିଏ ତିଆରି କଲା ବେଳେ ପ୍ରତ୍ୟେକ ଲୋକ ପ୍ରତିଟି ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ କରିଥାନ୍ତି। କାରଣ ଘରର ପ୍ରତ୍ୟେକ ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ସଠିକ ସ୍ଥାନରେ ନ ରହିଲେ, ଘର ଉପରେ ବିପଦ ମାଡି ଆସିଥାଏ। ଏପରକି ଘରର ସିଡି ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁସାରେ କରାଯାଇଥାଏ।

Advertisment

ତେବେ ଆସନ୍ତୁ ଜାଣିବା ଘରର ସିଡି କେଉଁ ଦିଗରେ କରିଲେ ଶୁଭପ୍ରଦ ହୋଇଥାଏ।ଏହାସହ କେଉଁ ଦିଗରେ ସିଡି ରହିଲେ ଘର ଉପରେ ବିପଦ ମାଡ଼ି ଆସିଥାଏ ଓ ଘରେ ସବୁବେଳେ ଅଶାନ୍ତି ଲାଗି ରହିବା ସହ ଅଭାବ ଅନାଟନ ଲାଗି ରହିଥାଏ। ଆସନ୍ତୁ ଜାଣିବା ସେହି ବିଷୟରେ।

୧. ବାସ୍ତୁ ନିୟମ ଅନୁସାରେ ସିଡିର ସ୍ଥାନ ୧୬୦ ଡିଗ୍ରୀ ଦକ୍ଷିଣରୁ ୩୧୦ ଜିଗ୍ରୀ ଉତ୍ତର- ପଶ୍ଚିମରେ ହେବା ଉଚିତ୍। ଅର୍ଥାତ ଦକ୍ଷିଣ-ପଶ୍ଚିମ ନୈରୁତ୍ୟ କୋଣ, ଦକ୍ଷିଣ ବାହୁ ଅଗ୍ନି କୋଣକୁ ଛାଡି ପଶ୍ଚମ, ଉତ୍ତର-ପଶ୍ଚିମ ବାୟୁ କୋଣରେ ହେବା ଉଚିତ୍।

Advertisment

୨. ଘରର ସିଡ଼ି ସଦା ସର୍ବଦା ଦକ୍ଷିଣାବର୍ତ୍ତି ହେବା ଉଚିତ୍।

୩. ଘର ସିଡି ପାହାଚର ଉଚ୍ଚତା ଚାରି ଇଞ୍ଚ କିମ୍ବା ଚାରି ଇଞ୍ଚ ଅଧେ ହେବା କଥା।

୪. ସିଡି ପାହାଚ ଅଧିକ ଉଚ୍ଚ ହେଲେ ଆଣ୍ଠୁ ସମସ୍ୟା ଆସିଥାଏ। କାରଣ ସହଜରେ ଆମ ପାଦରେ ଚାଲିଲା ବେଳେ ସାଢେ ତିନି ଇଞ୍ଚ ଉପରକୁ ଉଠିଥାଏ। ସିଡି ଚଢ଼ିଲାବେଳେ ସାଢେ ଚାରି ଇଞ୍ଚ ରହିଲେ ଶରୀର ଉପରେ କୌଣସି ପ୍ରଭାବ ପଡେ ନାହିଁ।

୫. ସିଡିର ପାହାଚ ଯଥାକ୍ରମେ ୧୭, ୧୯, ୨୧, ୨୩ ହେବା ଉଚିତ୍।

୭. ଭୂମିର ଛାତଠାରୁ ଉଚ୍ଚତା ଅତି କମ୍ ରେ ୧୧ ଫୁଟ୍ ହେବା ଉଚିତ୍।

୮. ସିଡିର ରଙ୍ଗ ହାଲୁକା ହଳଦିଆ ହେବା ଉଚିତ୍।

୯. ସିଡିର ପାହାଚର ରଙ୍ଗ ଲାଲ ହେବା ଶୁଭ। କଳା ଅଶୁଭ ହୋଇ ଥାଏ।

୧୦. ସିଡି କେବେବି ଐଶନ୍ୟ, ଉତ୍ତର, ପୂର୍ବ, ଅଗ୍ନିକୋଣ, ବ୍ରହ୍ମ ସ୍ଥାନରେ କରନ୍ତୁ ନାହିଁ।

Astrology