Advertisment

କେଉଁ ଦିଗରେ ରହିବା ଉଚିତ୍ ଘରର ଶିଡ଼ି; ଜାଣନ୍ତୁ କିଛି ବାସ୍ତୁ ଟିପ୍ସ

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଶିଡ଼ି ଯୁଗ୍ନ ବିଶିଷ୍ଟ କରନ୍ତୁ ନାହିଁ।

ଅଦ୍ୟତନ ହୋଇଛି
Stairs

Stairs

Advertisment

ଘରଟିଏ ତିଆରି କରିବା ଲାଗି ଅଧିକାଂଶ ଲୋକ ସେମାନଙ୍କ ସଞ୍ଚିତ ଅର୍ଥର ଅଧା ବ୍ୟୟ କରି ଦିଅନ୍ତି। ତେଣୁ ନିଜ ପସନ୍ଦର ଡିଜାଇନ୍‌ର ଘର କଲା ବେଳେ ସେମାନେ ବାସ୍ତୁ ଉପରେ ଗୁରୁତ୍ୱ ଦେବାର ଦେଖାଯାଏ। ଯେକୌଣସି ଘରେ ଶିଡ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶିଡ଼ିରେ ବାସ୍ତୁଦୋଷ ରହିଗଲେ ଘରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଶିଡ଼ି କେଉଁ ଦିଗରେ ରହିବା ଉଚିତ ଆସନ୍ତୁ ଜାଣିବା।

Advertisment

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଶିଡ଼ି ଦକ୍ଷିଣ- ପଶ୍ଚିମ ଦିଗରେ କଲେ ଶୁଭ ହୋଇଥାଏ।ଏପରିକି ଘରର ଶିଡ଼ି ଉତ୍ତର- ପଶ୍ଚିମ ଦିଗରେ କଲେ ଶୁଭ ହୋଇଥାଏ। ଏହାଦ୍ୱାରା ଘରର ଉନ୍ନତି ହୋଇଥାଏ।

ଶିଡ଼ି ପ୍ରଗତିର ପ୍ରତିନିଧୀତ୍ୱ କରିଥାଏ। ତେଣୁ ସବୁବେଳେ ଏହାକୁ ଘଣ୍ଟା ବୁଲିବା ପରି କରିବା ଉଚିତ। ଏପରି କରିବା ଦ୍ୱାରା ଘରର ଉନ୍ନତି ହୋଇଥାଏ।  

Advertisment

ବାସ୍ତୁଶାସ୍ତ୍ର ଅନୁସାରେ ଘର ଶିଡ଼ି ଯୁଗ୍ନ ବିଶିଷ୍ଟ କରନ୍ତୁ ନାହିଁ। ଏହାସବୁବେଳେ ଅଯୁଗ୍ନ ବିଶିଷ୍ଟ ରହିବା ଆବଶ୍ୟକ। ଘର ଶିଡ଼ି ୭,୧୧ ଓ ୨୧ ବିଶିଷ୍ଟ କଲେ ପରିବାର ସଦସ୍ୟଙ୍କ ଉନ୍ନତି ହୋଇଥାଏ।

ଯଦି ଆପଣ ନିଜେଗ୍ରାଉଣ୍ଡ ଫ୍ଲୋରରେ ରହି ଉପର ମହଲାକୁ ଭଡ଼ା ଦଆଉଛନ୍ତି, ତେବେ ମୁଖ୍ୟ ଦ୍ୱାର ନିକଟରେ ଶିଡ଼ି ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଶିଡିକୁ ମୁଖ୍ୟ ଦ୍ୱାର ନିକଟରେ କଲେ ଉପରମହଲରେ ରହୁଥିବା ବ୍ୟକ୍ତିଙ୍କ ଉନ୍ନତି ହୋଇଥାଏ। ଗ୍ରାଉଣ୍ଡ ଫ୍ଲୋର ରହୁଥିବା ଲୋକଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

ଆପଣଙ୍କ ଶିଡ଼ି ତଳେ ଫାଙ୍କା ରହୁଥିବା ଜାଗାରେ କେବେ ବାଥରୁମ ଓ ରୋଷେଇ ଘର କରନ୍ତୁ ନାହିଁ।ଏହା ଶିଡ଼ି ଘର ପାଖରେ ଆକ୍ୱାରିୟମ ରଖନ୍ତୁ ନାହିଁ।

Astrology Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe