୯ ଅଗଷ୍ଟ,ରବିବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ଦ୍ୱନ୍ଦ୍ୱ ଭିତରେ ରହିବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। ବୃଷ: ଅଧା ହୋଇ ପଡ଼ିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। ମନ ଖୁସି ରହିବ। ମିଥୁନ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ:  ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ କରିବେ। ମନକୁ […]

rashi

rashi

Jyoshna Pradhan
  • Published: Sunday, 09 August 2020
  • Updated: 09 August 2020, 07:40 AM IST

Sports

Latest News

ମେଷ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ଦ୍ୱନ୍ଦ୍ୱ ଭିତରେ ରହିବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଅଧା ହୋଇ ପଡ଼ିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। ମନ ଖୁସି ରହିବ।

ମିଥୁନ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ:  ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ କରିବେ। ମନକୁ ଆଘାତ ଲାଗିଲା ପରି କଥା ଶୁଣିବାକୁ ପାଇବେ।

ସିଂହ: କର୍ମକ୍ଷେତ୍ରରେ ଆପୋଷ ସମାଧାନର ରାସ୍ତା ଖୋଲି ଯିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ।

କନ୍ୟା: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ପୂରାତନ ରୋଗରୁ ଉପଶମ ପାଇ ଶରୀର ସୁସ୍ଥ ରହିବ। ସମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ।

ତୁଳା: ମାନସିକ ଏକାଗ୍ରତା ବଜାୟ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ବନ୍ଧୁଙ୍କ ସହଯୋଗ ମିଳିବ।

ବିଛା: ସାମ୍ବାଦିକମାନେ ପ୍ରଶଂସିତ ହେବେ। ମନ ବିଚଳିତ ରହିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ଧନୁ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଅଧିକ ପରିଶ୍ରମ କରିବେ।

ମକର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ମୀନ: ପରିବାରରେ ହସ ଓ ଖୁସିର ପରିବେଶ ରହିବ। ଖର୍ଚ୍ଚ ବଢ଼ିବ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos