୧୦ ସେପ୍ଟେମ୍ବର, ଶନିବାର: ବ୍ୟବସାୟରେ ଆଶାତୀତ ସଫଳତା ମିଳିବ ନାହିଁ

ମେଷ: ପୂଜାପୂଜିରେ ଅଧିକ ସମୟ ଅତିବାହିତ କରିବେ । ଆଗରୁ ଭାବିଥିବା କାର୍ଯ୍ୟ ପୂରଣ ହେବ । ବ୍ୟବସାୟରେ ଅଧିକ ଲାଭ ପାଇପାରିବେ ,ଦୂରସ୍ଥାନକୁ ଯାତ୍ରା କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ ।

ବୃଷ: କର୍ମକ୍ଷେତ୍ରରେ ଖୁସିଖବର ମିଳିବା ସହିତ ମାନସମ୍ମାନ ପ୍ରାପ୍ତି ହେବ । କଳାସଂସ୍କୃତିରେ ପ୍ରେରଣା ମିଳିବାରୁ ମନୋବଳ ଦୃଢ ହେବ  କିନ୍ତୁ ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଫଳ ଦେବଓ ସୁସମ୍ବାଦ ମିଳିବ।

ମିଥୁନ: ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ, କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଦୂରସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ, ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ । ଠିକ୍ ସମୟରେ ଘରକୁ ଫେରିନଥିବାରୁ ମାଆଙ୍କୁ କୈଫିୟତ ଦେବାକୁ ପଡିପାରେ ।

କର୍କଟ: ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ  ସାଧିତ ହେବ, ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତି ହୋଇପାରେ ।

ସିଂହ: ପ୍ରତ୍ୟେକ ପରିସ୍ଥିତିକୁ ସମାଧାନ କରିବା ଦିଗରେ ସାହାଯ୍ୟ ସହଯୋଗ ମିଳିବ। ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ସତସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ଯୋଗ ଦେବାକୁ ପଡ଼ିପାରେ ।

କନ୍ୟା:  ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ ।

ତୁଳା: ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ । ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ କିନ୍ତୁ ସଫଳତା ପାଇବେ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜସେବାରେ ମନ ବଳାଇବେ ।

ବିଚ୍ଛା:  କୌଣସି କଥାକୁ ନେଇ ନିଜ ସମ୍ପର୍କୀୟଙ୍କ ସହିତ ମନୋମାଳିନ୍ୟ ହେବ ।  ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ।  ଅପରାହ୍ନ ପରେ ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ ।

ଧନୁ: କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ  ସତର୍କତାର ସହ  ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ ଓ ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ।

କୁମ୍ଭ : ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଭ୍ରମଣ ଯୋଗ ରହିଛି।  ବ୍ୟବସାୟରେ ଲାଭ ପାଇବେ ଓ କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ । ଘରକୁ ଅତିଥିଙ୍କର ଆଗମନ ହେବ ଓ ସୁସ୍ୱାଦୁ ଭୋଜନ କରିବେ ।

ମୀନ:ଦୂରସ୍ଥାନକୁ ଯାତ୍ରା କଲେ ମଧ୍ୟ ସଫଳତା ପାଇବେ ନାହିଁ । କୌଣସି କଥାକୁ ନେଇ ମନସ୍ତାପ କରିବେ । ମନ ଚଳଚଞ୍ଚଳ ରହିବ ।        ସନ୍ତାନ ମାନଙ୍କ ସ୍ୱଭାବ ଠିକ ଲାଗିବ ନାହିଁ ଯାହାଫଳରେ ବାପାମାଙ୍କୁ କଷ୍ଟ ଲାଗିବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।