ମେଷ: ଭାଇ, ବନ୍ଧୁ ତଥା ପରିବାରର ସାହାଯ୍ୟ ଓ ସମର୍ଥନ ପାଇ ଅସମ୍ପୂର୍ଣ୍ଣ କାମକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ । କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନେ ପରାଜିତ ହେବେ । ପୂର୍ବରୁ ଦେଖାଦେଇଥିବା ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ।
ବୃଷ: ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ଫଳରେ ମନ ଭାରାକ୍ରାନ୍ତ ହେବ। ନିଜର ଲୋକ ପରୋକ୍ଷରେ ସମାଲୋଚନା କରିବା ସହିତ ସଫଳତା ଦିଗରେ ପ୍ରତିବନ୍ଧକ ଆଣିବେ । ଅପରାହ୍ନରେ କୌଣସି ଶୁଭ ସମାଚାର ଶୁଣି ଖୁସି ହେବେ। ଦେବ ଦର୍ଶନ କରିବା ପାଇଁ ଯାଇପାରନ୍ତି ।
ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଆର୍ଥିକ ସମସ୍ୟାର ସମାଧାନ ହେବ । କୋର୍ଟ କଚେରୀ ମାଲିମକଦ୍ଦମାରେ ବିଜୟୀ ହେବେ । ବିଚାରଧୀନ ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ସୁନାମ ଅର୍ଜନ କରିବେ ।
କର୍କଟ: ସହକର୍ମୀ ମାନଙ୍କ ଦ୍ୱାରା ଲାଭବାନ ହେବେ ଓ ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ବାଦବିବାଦ, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ । ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିପାରନ୍ତି।
ସିଂହ: କଳକାରଖାନାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହାର ସମାଧାନ ହୋଇଯିବ । ଛାତ୍ରଛାତ୍ରୀ ଯାନବାହନ ଇତ୍ୟାଦି କ୍ରୟ କରିବା ପାଇଁ ଜିଦ୍ ଧରିପାରନ୍ତି ।
କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।
ବିଛା: କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ। କିନ୍ତୁ ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ ।
ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।
ମକର: ଘରକୁ ବନ୍ଧୁଙ୍କର ଆଗମନ ହେବାରୁ ମନ ଖୁସି ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ ଏବଂ କାହାରି ସହିତ କଳହ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ।
କୁମ୍ଭ: ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ କିନ୍ତୁ ଟଙ୍କା ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ଛାତ୍ରଛାତ୍ରୀ ପରୀକ୍ଷା, ପ୍ରତିଯୋଗିତା, ସାକ୍ଷାତକାରରେ ବିଜୟୀ ହେବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ ।
ମୀନ: ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିପାରନ୍ତି। ଦାମ୍ପତ୍ୟ କଳହ ମେଣ୍ଟି ଯାଇ ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ।