Advertisment

୧୦ ଅଗଷ୍ଟ, ଗୁରୁବାର: କମ୍ ପରିଶ୍ରମରେ ପାରିଶ୍ରମିକ ଅଧିକ ମିଳିବ

ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବାରୁ ମନ ପ୍ରଫୁଲ୍ଲିତ ରହିବ ।

Rashi

Rashi

Advertisment

ମେଷ: ଶାରୀରିକ, ମାନସିକ ଓ ପାରିବାରିକ ଜୀବନ ସୁଖପ୍ରଦ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ମହିଳାମାନେ ଧୈର୍ଯ୍ୟ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ। ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବାରୁ ମନ ପ୍ରଫୁଲ୍ଲିତ ରହିବ ।

Advertisment

ବୃଷ: କମ୍ ପରିଶ୍ରମରେ ପାରିଶ୍ରମିକ ଅଧିକ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଏବଂ ଯାତ୍ରାରେ ଶୁଭଫଳ ମିଳିବ । କୋର୍ଟ-କଚେରୀର ବିଚାରାଧୀନ ମାଲିମୋକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ। ଆକସ୍ମିକ ଧନଲାଭର ଯୋଗ ରହିଛି ।

ମିଥୁନ: ଅପେକ୍ଷା କରିଥିବା ଶୁଭ ସମାଚାର ମିଳିବ। ଦେହ ମନ ସୁସ୍ଥ ରହିବ । ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ସାକ୍ଷାତ ହେବା ଫଳରେ ମନ ପ୍ରସନ୍ନ ରହିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ବିଦ୍ୟାର୍ଥୀମାନେ ପଢାପଢିରେ କୃତକାର୍ଯ୍ୟ ହେବେ ।

Advertisment

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ, ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡିପାରେ। ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି । ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।

ସିଂହ : ମନ ଅସ୍ଥିର ରହିବ । କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ। ଏଜେନ୍ସି, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟାଳୟ କିମ୍ବା କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।

ତୁଳା: ଅର୍ଥଲାଭ ସହ ସମସ୍ୟା ସମାଧାନ ପାଇଁ ଦିନଟି ଅନୁକୂଳ ରହିବ। ଖଳ କଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।

ବିଛା: ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଯୋଗୁ ଅସନ୍ତୁଷ୍ଟ ରହି ପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ। କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ ।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । କରଜଦାତାଙ୍କ ଚାପ ପଡ଼ିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ଚତୁରତାର ସହ ସାମ୍ନା କରି କୃତକାର୍ଯ୍ୟ ହେବେ ।

ମକର: ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବେ । ବ୍ୟବସାୟରେ ଲାଭ ମିଳିବ ଓ ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ଘରକୁ ଅତିଥି ଆସିବେ ।

କୁମ୍ଭ: ବ୍ୟବସାୟରେ ଲାଭ ପାଇଲେ ମଧ୍ୟ ପରିବାରରେ ଅଶାନ୍ତି ସୃଷ୍ଟି ହେବ । ବହୁଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ଶୁଭ ଖବର ଶୁଣିବେ ଓ ଅର୍ଥପ୍ରାପ୍ତି ହେବ। ପିଲାମାନଙ୍କର ପାଠପଢ଼ାରେ ଉନ୍ନତି ସହିତ ଚାକିରି କ୍ଷେତ୍ରରେ ସଫଳତା ପାଇବେ।

ମୀନ: ସ୍ୱାମୀସ୍ତ୍ରୀ ମଧ୍ୟରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ । ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଅଚାନକ ଅର୍ଥର ଆବଶ୍ୟକ ହେବାରୁ ବନ୍ଧୁ ସାହାଯ୍ୟ କରିବେ । ପିଲାମାନଙ୍କର ବାପାମାଙ୍କ ପ୍ରତି ସ୍ଵଭାଵ ଆଚରଣ ଭଲ ରହିବ ନାହିଁ ।

Astrology Daily Horoscope
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe