୧୦ ମାର୍ଚ୍ଚ, ରବିବାର: କାହାକୁ କଡ଼ା କଥା କୁହନ୍ତୁ ନାହିଁ

ମେଷ:  ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ଅର୍ଥ ଲାଭର ସମ୍ଭାବନା ରହିଛି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ବୃଷ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଶରୀର ଅସୁସ୍ଥ ରହିପାରେ। ନୂଆ କାର୍ଯ୍ୟ ପାଇଁ ଯୋଜନା କରିବାକୁ ଆଜି ଦିନଟି ବେଶ୍ ଭଲ ଅଛି। ଅଧିକ ଖର୍ଚ୍ଚରେ ପଡ଼ି ପାରନ୍ତି। ମିଥୁନ: ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭ ମିଳିପାରେ। ସମ୍ମାନ ଓ ପ୍ରତିଷ୍ଠା […]

rashi1

Rajalaxmi Sahu
  • Published: Sunday, 10 March 2019
  • , Updated: 10 March 2019, 09:26 AM IST

ମେଷ:  ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ଅର୍ଥ ଲାଭର ସମ୍ଭାବନା ରହିଛି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ।

ବୃଷ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଶରୀର ଅସୁସ୍ଥ ରହିପାରେ। ନୂଆ କାର୍ଯ୍ୟ ପାଇଁ ଯୋଜନା କରିବାକୁ ଆଜି ଦିନଟି ବେଶ୍ ଭଲ ଅଛି। ଅଧିକ ଖର୍ଚ୍ଚରେ ପଡ଼ି ପାରନ୍ତି।

ମିଥୁନ: ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭ ମିଳିପାରେ। ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

କର୍କଟ: ଚାକିରି କ୍ଷେତ୍ରରେ ଥିବା ଲୋକେ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରୋତ୍ସାହନ ପାଇବେ। ଦରମା ବୃଦ୍ଧି ଓ ପଦୋନ୍ନତି ହେବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: ପେଟରେ ଯନ୍ତ୍ରଣା ହୋଇପାରେ। ଚାକିରି କିମ୍ବା ବ୍ୟବସାୟକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

କନ୍ୟା: ଶତ୍ରୁ କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରିବେ। ତେଣୁ ସତର୍କ ରୁହନ୍ତୁ। ଜଳାଶୟ ଠାରୁ ନିଜକୁ ଦୂରରେ ରଖନ୍ତୁ। ଅଧିକ ଖର୍ଚ୍ଚରେ ପଡ଼ିପାରନ୍ତି।

ତୁଳା: କାର୍ଯ୍ୟ ବୋଝରୁ ମନକୁ ହାଲୁକା କରିବା ପାଇଁ ପାର୍ଟିକୁ ଯାଆନ୍ତୁ ଅବା ଫିଲ୍ମ ଦେଖିବାକୁ ଯାଆନ୍ତୁ। ନ ହେଲେ ସାଙ୍ଗମାନଙ୍କ ସହ ବୁଲାବୁଲି କରନ୍ତୁ। ନୂଆ ବସ୍ତ୍ର କିଣିପାରନ୍ତି।

ବିଛା: ପରିବାରରେ କାହା ସହିତ ମତଭେଦ ହୋଇପାରେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ପିଲାଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ାକୁ ନେଇ ଚିନ୍ତାରେ ରହିପାରନ୍ତି। ପେଟ ଯନ୍ତ୍ରଣା ତଥା କାର୍ଯ୍ୟର ଅସଫଳତାକୁ ନେଇ ନିରାଶ ହୋଇପାରନ୍ତି। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। କୌଣସି ବାଦବିବାଦ ତଥା ଚର୍ଚ୍ଚାରେ ଭାଗ ନିଅନ୍ତୁ ନାହିଁ।

ମକର: ଚିନ୍ତିତ ରହିବେ। ଠିକ୍‌ ସମୟରେ ଭୋଜନ ଓ ଭଲ ନିଦ୍ରାରୁ ବଞ୍ଚିତ ହେବେ। ଆୟ ତୁଳନାରେ ବ୍ୟୟ ବଢ଼ିବ।

କୁମ୍ଭ: ଚିନ୍ତା ମୁକ୍ତ ରହିବା ସହ ଉତ୍ସାହ ବଢ଼ିବ। ସାଙ୍ଗମାନଙ୍କ ସହ ସମୟ ବିତାଇପାରନ୍ତି। ଆର୍ଥିକ ଲାଭ ହେବ।

ମୀନ: ଅଘଟଣ ଘଟିପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆଜି କୌଣସି ନୂଆ କାର୍ଯ୍ୟ କିମ୍ବା ଯୋଜନା ଆରମ୍ଭ କରନ୍ତୁ ନାହିଁ।

Related story