RASI
ମେଷ:କର୍ମକ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିପାରନ୍ତି । ଜଗି ରଖି କାମ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଅଚାନକ କ୍ଷତି ହୋଇପାରେ । ଦୂର ଯାତ୍ରା କରିପାରନ୍ତି।
ବୃଷ: ସମସ୍ତ କାର୍ଯ୍ୟରେ ଶୁଭଫଳ ପାଇବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପାରିବାରିକ ଶାନ୍ତି ପାଇବେ।
ମିଥୁନ: ଚାକିରି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ ।
କର୍କଟ:ଅଚାନକ ଧନଲାଭ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ଶତ୍ରୁମାନେ ହଇରାଣ ହରକତ କରିପାରନ୍ତି ।
ସିଂହ:କାର୍ଯ୍ୟ ସାଧନରେ ବିଳମ୍ବ ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ଦୂର ଯାତ୍ରା କରିପାରନ୍ତି ।
କନ୍ୟା:ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ । ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ ।
ତୁଳା:କର୍ମକ୍ଷେତ୍ରରେ ଚାଲିଥିବା ବାଦବିବାଦର ସମାଧାନ ହୋଇଯିବ । ସୁଖାଦ୍ୟ ଭୋଜନ ସହ ବନ୍ଧୁ ମିଳନ ହୋଇପାରେ। ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ ।
ବିଛା:ସମସ୍ତ କାର୍ଯ୍ୟରେ ସହଯୋଗ ପାଇ ଆଗକୁ ବଢିବେ । ବ୍ୟବସାୟରେ ଭଲ ଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିପାରନ୍ତି।
ଧନୁ:କାର୍ଯ୍ୟରେ ବାଧାବିଘ୍ନ ଉପୁଜିପାରେ । ସତର୍କ ରୁହନ୍ତୁ। ଶତ୍ରୁମାନେ ପରାଜିତ ହେବେ । ସୁଖାଦ୍ୟ ଭୋଜନ ସହ ପରିବାରରେ ଶାନ୍ତି ପାଇବେ।
ମକର:ବ୍ୟବସାୟରେ ଭଲ ଲାଭ ହେବ। ମନ ପ୍ରସନ୍ନ ରହିବା ଦ୍ୱାରା ଶାରିରୀକ ସୁସ୍ଥତା ମଧ୍ୟ ଅନୁଭବ କରିବେ। ପାରିବାରିକ ଶାନ୍ତି ପାଇବେ ।
କୁମ୍ଭ:କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇବେ । ଆୟ ଭଲ ରହିବ । ପାରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ।
ମୀନ:ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରି ଆତ୍ମତୃପ୍ତି ପାଇବେ। ନୂତନ କାର୍ଯ୍ୟଭାର ହାତକୁ ନେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/RASI.jpg)