୧୧ ଅଗଷ୍ଟ, ବୁଧବାର: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ

ମେଷ : ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଲେ ମଧ୍ୟ ତାହାକୁ ସହଜରେ ସମାଧାନ କରିଦେବେ। ସ୍ୱାସ୍ଥ୍ୟ ପୀଡା ଦେଖାଦେବ କିନ୍ତୁ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ବୃଷ: ସନ୍ତାନମାନଙ୍କ ପାଇଁ ବାପାମା’ ଚିନ୍ତାଗ୍ରସ୍ତ ରହିବେ । ପାରିବାରିକ ଅଶାନ୍ତି ଦେଖାଦେବ । ନିର୍ମାଣଧିନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ  ପହଞ୍ଚିବ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ଘର ପାଇଁ କୌଣସି ସାମଗ୍ରୀ କ୍ରୟ କରିବେ। ମିଥୁନ: […]

RASI

Niharika Rout
  • Published: Wednesday, 11 August 2021
  • , Updated: 11 August 2021, 08:36 AM IST

ମେଷ : ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଲେ ମଧ୍ୟ ତାହାକୁ ସହଜରେ ସମାଧାନ କରିଦେବେ। ସ୍ୱାସ୍ଥ୍ୟ ପୀଡା ଦେଖାଦେବ କିନ୍ତୁ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।

ବୃଷ: ସନ୍ତାନମାନଙ୍କ ପାଇଁ ବାପାମା’ ଚିନ୍ତାଗ୍ରସ୍ତ ରହିବେ । ପାରିବାରିକ ଅଶାନ୍ତି ଦେଖାଦେବ । ନିର୍ମାଣଧିନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ  ପହଞ୍ଚିବ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ଘର ପାଇଁ କୌଣସି ସାମଗ୍ରୀ କ୍ରୟ କରିବେ।

ମିଥୁନ: ବ୍ୟବସାୟରେ ଆର୍ଥିକ କ୍ଷତି ଲାଗିରହିବ । ଯାହା ଫଳରେ ମାନସିକ ଚିନ୍ତା ବଢିବ। ପାରିବାରିକ ସମସ୍ୟାକୁ ନେଇ ଦ୍ୱନ୍ଦ ଉପୁଜିବ। ସନ୍ତାନମାନଙ୍କ ବିଶୃଙ୍ଖଳା ଆଚରଣ  ଯୋଗୁ କଷ୍ଟ ହୋଇପାରେ । କିନ୍ତୁ ଅପରାହ୍ନରେ ସବୁଠିକ ହୋଇଯିବ।

କର୍କଟ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ, ବ୍ୟବସାୟୀମାନେ ଲାଭ ପାଇ ପାରିବେ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବାରୁ ମାନସିକ ଦୁଃଖ ମିଳିବ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବାକି ପଡିଥିବା ଅର୍ଥ ଆଦାୟ ହେବ ।

ସିଂହ: ବ୍ୟବସାୟରେ ଅର୍ଥର ଅଭାବ ଦେଖାଦେବନି । କେବଳ ଅର୍ଥଲାଭ ହେବ। ଦୂର ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଉନ୍ନତି କରିବେ।

କନ୍ୟା : କର୍ମ କ୍ଷେତ୍ରକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ମନ ଚଳଚଞ୍ଚଳ ରହିବ । ବୃତ୍ତିଗତ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନସମ୍ମାନ ବୃଦ୍ଧିହେବ।

ତୁଳା: ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ହସ ଖୁସିରେ ସମୟ ବିତିବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ।  

ବିଚ୍ଛା:ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତ ଆଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ ।  

 ଧନୁ:କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇବେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

 ମକର:ସହକର୍ମୀଙ୍କ ସହ ବିବାଦ ମେଣ୍ଟିଯିବା ଫଳରେ କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଦେଖା ଦେବ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି। ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାଯର୍ୟରେ ଲାଭ ପାଇବେ ।

କୁମ୍ଭ:ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖିବା ଫଳରେ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ପୁରୁଣା ପ୍ରାପ୍ୟ ଆଦାୟ ହୋଇ ପାରିବ। ନିଜର ସାମୁଦାୟିକ ମାମଲା ବା ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ।  

ମୀନ:ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରି ନେବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ। ବୁଦ୍ଧି ବିବେକ ଖଟାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟ କରି ଚାଲିବା ହିତକର ।

Related story