୧୧ ଜାନୁଆରୀ, ମଙ୍ଗଳବାର :ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି

ମେଷ: ବ୍ୟବସାୟ ବାଣିଜ୍ୟରେ ଭଲ ଆୟ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳା ଓ ଛାତ୍ରଛାତ୍ରୀମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ।

ବୃଷ: ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ। ପରିବାରରେ କୌଣସି କାରଣରୁ କଳହ ସ୍ଥିତି ଉପୁଜିବା ଯୋଗୁ ମନ ଅଶାନ୍ତ ରହିବ।

ମିଥୁନ: ଭ୍ରମଣର ସୁଯୋଗ ଆସିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ।

କର୍କଟ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କର ବିଶୃଙ୍ଖଳା କାର୍ଯ୍ୟକଳାପ ଯୋଗ ବିବାଦ ଉପୁଜିପାରେଯବ୍ୟବସାୟ ବାଣିଜ୍ୟରେ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ।

ସିଂହ: ବ୍ୟବସାୟ ବାଣିଜ୍ୟରେ ଲାଭ ହେବ। ପରିବାରରେ ସୁଖ ଶାନ୍ତି ପାଇବେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ମୂଲ୍ୟବାନ ଦ୍ରବ୍ୟ ଘର ପାଇଁ କ୍ରୟ କରିପାରନ୍ତି। କିନ୍ତୁ ପରିବାର ବିଶୃଙ୍ଖଳା ପରିସ୍ଥିତି ଯୋଗୁ ମନ ଅଶାନ୍ତ ରହିବ।

ତୁଳା: ଅଭିଳାଷ ପୂରଣ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପ୍ରାପ୍ତି ହେବ।

ବିଛା: ଆର୍ଥିକ ଅବସ୍ଥା ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ଧନୁ: କର୍ମକ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ।

ମକର: କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି। ଆକସ୍ମିକ ଧନଲାଭ ହେବ। ପରିବାରରେ ସମସ୍ତଙ୍କ ସହିତ ସୁସଂପର୍କ ରହିବ।

କୁମ୍ଭ: ଘରକୁ ଅତିଥି ଆସିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମୀନ: ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।