୧୧ ଜୁନ୍‌, ଶନିବାର: ବାକି ପଡ଼ିଥିବା ଅର୍ଥ ଆଦାୟ ହେବ

ମେଷ: କର୍ମକ୍ଷେତ୍ରକୁ ନେଇ ମନରେ ଅସ୍ଥିରତା ଦେଖାଦେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେବେ। ବୃଷ: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବ୍ୟବସାୟୀମାନେ ଲାଭ ପାଇବେ। ବାକି ପଡିଥିବା ଅର୍ଥ ଆଦାୟ ହେବ। ଜମିବାଡ଼ି କ୍ରୟ କରିବା ପାଇଁ ସୁସମ୍ବାଦ ପ୍ରାପ୍ତି ହେବ। ମିଥୁନ: ପ୍ରାଇଭେଟ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଅସମ୍ମାନ ମିଳିବ। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।  ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। କର୍କଟ: ଗୁପ୍ତଶତ୍ରୁ ମନରେ […]

RASI

Tapaswini Nayak
  • Published: Saturday, 11 June 2022
  • , Updated: 11 June 2022, 07:41 AM IST

ମେଷ: କର୍ମକ୍ଷେତ୍ରକୁ ନେଇ ମନରେ ଅସ୍ଥିରତା ଦେଖାଦେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେବେ।

ବୃଷ: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବ୍ୟବସାୟୀମାନେ ଲାଭ ପାଇବେ। ବାକି ପଡିଥିବା ଅର୍ଥ ଆଦାୟ ହେବ। ଜମିବାଡ଼ି କ୍ରୟ କରିବା ପାଇଁ ସୁସମ୍ବାଦ ପ୍ରାପ୍ତି ହେବ।

ମିଥୁନ: ପ୍ରାଇଭେଟ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଅସମ୍ମାନ ମିଳିବ। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।  ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ।

କର୍କଟ: ଗୁପ୍ତଶତ୍ରୁ ମନରେ ଭୟ ସୃଷ୍ଟି କରାଇବେ। ପାରିବାରିକ ବିବାଦ ଦେଖାଦେବାରୁ ମନ ଭଲ  ରହିବ ନାହିଁ। ସନ୍ତାନ ମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ଭବିଷ୍ୟତ ପାଇଁ  ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ।

ସିଂହ:  ବ୍ୟବସାୟୀ ମାନଙ୍କର ଅର୍ଥ ଲାଭ ଦେଖାଦେବ। ଘରକୁ ଅତିଥିଙ୍କର ଆଗମନ ହେବ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ  ଶୁଭ ଖବର ମିଳିବ।

କନ୍ୟା: ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅର୍ଥ ବ୍ୟୟ ହେବ। ଅଧାରେ ଅଟକି ଥିବା କାର୍ଯ୍ୟ ପୂରଣ ହେବ। ସୁସମ୍ବାଦ ପ୍ରାପ୍ତି ହେବ। ଘରକୁ ନୂଆ ବନ୍ଧୁଙ୍କର ଆଗମନ ହେବ।

ତୁଳା: କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହୋଇ ପାରନ୍ତି। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

ବିଚ୍ଛା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।

ଧନୁ: ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। ର୍ନିମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ସୁନାମ ଅର୍ଜନ କରିବେ।

ମକର: ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ପରିବାରରେ ଖୁସିର ବାତାବରଣ ସ୍ଥାୟୀ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆୟ ଅପେକ୍ଷା ବ୍ୟୟ ହୋଇପାରେ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

ମୀନ: ଘରକୁ ଅତିଥି ଆସିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

 

Related story