୧୨ ଅଗଷ୍ଟ, ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ସୃଷ୍ଟି ହେବ

ମେଷ: ବ୍ୟବସାୟୀମାନେ ଲାଭ ପାଇବା ସହିତ ଦୂରସ୍ଥାନକୁ ଯାତ୍ରା କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ସୁଧାର ଆସିବାରୁ ମନ ଖୁସି ରହିବ । ବୃଷ : ପାରିବାରିକ ସୁଖ ମିଳିବ ଓ ପୈତୃକ ସମ୍ପତ୍ତିକୁ ନେଇ ଖୁସି ଖବର ମିଳିବ । ବହୁଦିନରୁ ଭାବୁଥିବା କାମ ପୂରଣ ହେବାରୁ ମନ ଖୁସି ରହିବ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା […]

RASI

RASI

Niharika Rout
  • Published: Friday, 12 August 2022
  • Updated: 12 August 2022, 07:47 AM IST

ମେଷ: ବ୍ୟବସାୟୀମାନେ ଲାଭ ପାଇବା ସହିତ ଦୂରସ୍ଥାନକୁ ଯାତ୍ରା କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ସୁଧାର ଆସିବାରୁ ମନ ଖୁସି ରହିବ ।

ବୃଷ : ପାରିବାରିକ ସୁଖ ମିଳିବ ଓ ପୈତୃକ ସମ୍ପତ୍ତିକୁ ନେଇ ଖୁସି ଖବର ମିଳିବ । ବହୁଦିନରୁ ଭାବୁଥିବା କାମ ପୂରଣ ହେବାରୁ ମନ ଖୁସି ରହିବ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।

ମିଥୁନ: ଠାକୁରଙ୍କ ସେବାରେ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ। ପଡୋଶୀଙ୍କ ସହିତ କଳହ ହେବାର ସମ୍ଭାବନା ରହିଛି, ସତର୍କ ରୁହନ୍ତୁ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହେବ ।

କର୍କଟ : ଦୂରସ୍ଥାନକୁ ଯାତ୍ରା କରିବା ହେତୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ସନ୍ତାନମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ । କିନ୍ତୁ ଅଯଥାରେ ଅର୍ଥ ବ୍ୟୟ ହେବାରୁ ମନ ଭଲ ରହିବ ନାହିଁ ।

ସିଂହ : ପରିବାରରେ ଅଶାନ୍ତି ସୃଷ୍ଟି ହେବ । କିନ୍ତୁ ତାହାକୁ ଅତି ସହଜରେ ସମାଧାନ କରିବେ।  ରାଜନୀତି କରୁଥିବା ବ୍ୟକ୍ତି ମାନସମ୍ମାନ ପାଇବେ ଓ ଅର୍ଥଲାଭ ମଧ୍ୟ ହେବ । ଘରକୁ ବନ୍ଧୁଙ୍କର ଆଗମନ ହେବ, ସୁସ୍ୱାଦୁ ଭୋଜନ କରିବେ ।

କନ୍ୟା: ଦୀର୍ଘ ଦିନରୁ ପାଇବାକୁ ଥିବା ଅର୍ଥକୁ ନେଇ ଝଗଡ଼ା ହୋଇପାରେ। ଅଫିସରେ କିମ୍ବା କର୍ମକ୍ଷେତ୍ରରେ  କାମକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି।

ତୁଳା: କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ନହେଲେ କିଛି କ୍ଷତି ସହିବାକୁ ପଡିପାରେ । ବହୁଦିନରୁ ଲାଗିରହିଥିବା ମାଲିମୋକଦମାର ସମାଧାନ ହୋଇପାରେ । କୃଷିକ୍ଷେତ୍ରରେ ଉନ୍ନତି କରିବେ, ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

ବିଛା: ଆଜି ଦିନଟି ବିଳାସବ୍ୟସନରେ ଅତିବାହିତ କରିବେ । ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ଘଟିବ, କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ସାହିତ୍ୟ, ସଙ୍ଗୀତ, ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

ଧନୁ: ଆଜି ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ଦିନଟି କାଟିବେ ।

ମକର:  ଆଜି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେ, ବ୍ୟବସାୟରେ ଲାଭ କମ ହେବ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଗୁପ୍ତ ଶତୃମାନେ ପରାଜିତ ହେବେ।

କୁମ୍ଭ: ପରିବାରରେ ହସଖୁସିର ବାତାବରଣ ରହିବ, ସ୍ନେହ ଶ୍ରଦ୍ଧା ସବୁକିଛି ମିଳିବ। ନୂଆ ଘର କରିବା ପାଇଁ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ପରାମର୍ଶ ନେବେ । ମାଙ୍ଗଳିକ କାଯଁ୍ୟ ପାଇଁ ବାପାମା ବ୍ୟସ୍ତ ରହିବେ ଓ ଘରକୁ ଅତିଥିଙ୍କର ଆଗମନ ହେବ ।

ମୀନ: ସ୍ୱାମୀସ୍ତ୍ରୀ ମଧ୍ୟରେ ପ୍ରେମ ବଢ଼ିବ ।  ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ । ସୁସ୍ୱାଦୁ ଭୋଜନ ଓ ବସ୍ତ୍ର ଆଭୂଷଣର ଯୋଗ ରହିଛି ଏବଂ ଦୂରସ୍ଥାନକୁ କୌଣସି କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ । ବ୍ୟବସାୟୀମାନେ ଲାଭ ପାଇବେ ଓ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos