୧୨ ଏପ୍ରିଲ, ମଙ୍ଗଳବାର: ସାହସିକତାର ସହ ପରିସ୍ଥିତିର ମୁକାବିଲା କରି ପ୍ରଶଂସିତ ହେବେ

ମେଷ: ସାହସିକତାର ସହ ପରିସ୍ଥିତିର ମୁକାବିଲା କରି ପ୍ରଶଂସିତ ହେବେ। ଚିନ୍ତାଗ୍ରସ୍ଥ ରହିପାରନ୍ତି। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଶତ୍ରୁମାନେ ପରାଜିତ ହେବେ। ପରିବାରରେ ଶାନ୍ତି ପାଇବେ। ମିଥୁନ: ଆର୍ଥିକ କ୍ଷତି ହୋଇପାରେ, ଏଣୁ ବ୍ୟବସାୟ ପ୍ରତି ସତର୍କ ରୁହନ୍ତୁ। ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ। ମାନସିକ ଚାପ ଅନୁଭବ କରିବେ। କର୍କଟ: ଉଚ୍ଚ ପଦାଧିକାରୀଙ୍କ ଠାରୁ […]

RASI

Tapaswini Nayak
  • Published: Tuesday, 12 April 2022
  • , Updated: 12 April 2022, 07:50 AM IST

ମେଷ: ସାହସିକତାର ସହ ପରିସ୍ଥିତିର ମୁକାବିଲା କରି ପ୍ରଶଂସିତ ହେବେ। ଚିନ୍ତାଗ୍ରସ୍ଥ ରହିପାରନ୍ତି। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଶତ୍ରୁମାନେ ପରାଜିତ ହେବେ। ପରିବାରରେ ଶାନ୍ତି ପାଇବେ।

ମିଥୁନ: ଆର୍ଥିକ କ୍ଷତି ହୋଇପାରେ, ଏଣୁ ବ୍ୟବସାୟ ପ୍ରତି ସତର୍କ ରୁହନ୍ତୁ। ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ। ମାନସିକ ଚାପ ଅନୁଭବ କରିବେ।

କର୍କଟ: ଉଚ୍ଚ ପଦାଧିକାରୀଙ୍କ ଠାରୁ ମାନସମ୍ମାନ ପାଇବେ। ବକେୟା ଅର୍ଥ ଫେରିପାଇବେ। ଶରୀର ପ୍ରତି ଯତ୍ନବାନ ରୁହନ୍ତୁ, ଆଘାତ ଲାଗିପାରେ।

ସିଂହ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। କାର୍ଯ୍ୟଭାର ବଢିଯିବା ଯୋଗ ମାନସିକ ଚାପ ଅନୁଭବ କରିବେ। ପରିବାରରେ ଶାନ୍ତି ପାଇବେ।

କନ୍ୟା: ବିଭିନ୍ନ ଉପାୟରେ କାର୍ଯ୍ୟସାଧନ କରିବେ। ପରୋପକାର କରିବା ପାଇଁ ମନ କରିବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

 ତୁଳା: କର୍ମକ୍ଷେତ୍ରରେ ଉନ୍ନତି କରିବେ। ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରା କରିପାରନ୍ତି।

ବିଛା: କର୍ମକ୍ଷେତ୍ରରେ ବାଦବିବାଦ ଉପୁଜିପାରେ। ବନ୍ଧୁବାନ୍ଧବମାନେ ଅସହଯୋଗ କରିବେ। ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ରହିବେ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ପୂର୍ବରୁ ଅଟକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଯାନବାହନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ ଆଘାତ ଲାଗିପାରେ।

ମକର: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଶରୀରରେ ଆଘାତ ଲାଗିପାରେ।

କୁମ୍ଭ: ଆନନ୍ଦ ଉଲ୍ଲାସରେ ଦିନଟିକୁ ଅତିବାହିତ କରିବେ। ଆଶାରୁ ଅଧିକ ଆର୍ଥିକ ଲାଭ ହେବା ପାଇଁ ଚେଷ୍ଟା କରିବେ। ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି।

ମୀନ: କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ଯୋଗୁ ମାନସିକ ଚାପ ଅନୁଭବ କରିବେ। ପରିବାରରେ ମତଭେଦ ଦେଖାଦେଇପାରେ। ସନ୍ତାନ ପକ୍ଷକୁ ନେଇ ଚିନ୍ତାଗ୍ରସ୍ତ ରହିବେ।

Related story