୧୨ ଅଗଷ୍ଟ, ଗୁରୁବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ। ଘରକୁ ଅତିଥିଙ୍କର ଆଗମନ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅପରାହ୍ନରେ ଖୁସି ଖବର ମିଳିବା ସହିତ ସୁସ୍ୱାଦୁ ଭୋଜନ କରିବେ । ବୃଷ: କୌଣସି ଏକ ସମସ୍ୟାକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ। ଘରୋଇ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ। ମିଥୁନ:  ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନ ଭଲ ରହିବ ନାହିଁ। ପାରିବାରିକ ସମସ୍ୟାକୁ […]

RASI

Niharika Rout
  • Published: Thursday, 12 August 2021
  • , Updated: 12 August 2021, 08:18 AM IST

ମେଷ: ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ। ଘରକୁ ଅତିଥିଙ୍କର ଆଗମନ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅପରାହ୍ନରେ ଖୁସି ଖବର ମିଳିବା ସହିତ ସୁସ୍ୱାଦୁ ଭୋଜନ କରିବେ ।

ବୃଷ: କୌଣସି ଏକ ସମସ୍ୟାକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ। ଘରୋଇ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ।

ମିଥୁନ:  ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନ ଭଲ ରହିବ ନାହିଁ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ହେବେ। ବ୍ୟବସାୟୀମାନେ ଲାଭପାଇପାରିବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢ଼ିବ।

କର୍କଟ: ଆଜି ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ, ଅପରାହ୍ନରେ ପାରିବାରିକ କଳହ  ଦେଖାଯିବ।

ସିଂହ: କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ। ଚାକିରୀ କରିଥିବା ବ୍ୟକ୍ତିମାନେ ସାମାନ୍ୟ ଅଶାନ୍ତି ଭୋଗ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସାମାଜିକ କାର୍ଯ୍ୟରେ ଯୋଗ ଦେବେ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ। ପାରିବାରିକ ଜୀବନ ସୁଖମୟ ରହିବା ସହିତ ଭ୍ରମଣ ଯୋଗ ରହିଛି।

ତୁଳା: ବ୍ୟବସାୟରେ ଆୟ ଅନୁପାତରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ବନ୍ଧୁଙ୍କ ସାହାଯ୍ୟ ଲୋଡିପାରନ୍ତି, ସନ୍ତାନମାନଙ୍କର କାର୍ଯ୍ୟକଳାପକୁ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ।

ବିଛା: ଆଜି ଭ୍ରମଣ ଯୋଗ ରହିଛି। ପାରିବାରିକ ସମସ୍ୟା ସମାଧାନ ହେବାରୁ ମନ ଖୁସି ରହିବ। ବ୍ୟବସାୟରେ ଆୟ ଅଧିକ ହେବ, ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।

ଧନୁ: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ମାନସମ୍ମାନ ଏବଂ ଯଶପ୍ରାପ୍ତି ମିଳିବ, ବ୍ୟବସାୟରେ ଧନ ଲାଭ ହେବ। ଚାକିରୀ କ୍ଷେତ୍ରରେ ଉନ୍ନତି ହେବ, ଛାତ୍ରଛାତ୍ରୀମାନେ ଭବିଷ୍ୟତ ଲାଗି ସୁସମ୍ବାଦ ପାଇବେ।

ମକର:  ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯିବେ। କୌଣସି ଏକ ସମସ୍ୟାକୁ ନେଇ ମନରେ ଭୟ ବଢିବ , ସେଥିପାଇଁ ଧୈର୍ଯ୍ୟ ରଖିବାକୁ ପଡିବ।

କୁମ୍ଭ: ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ। କର୍ମକ୍ଷେତ୍ରରେ ଅସନ୍ତୋଷ ଭାବ ଦେଖାଯିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ, ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିବେ।

ମୀନ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ।  ଆଜି ଦିନରେ ଯାତ୍ରା ଲାଭପ୍ରଦ ହେବ, ଘରକୁ ଅତିଥି ଆସିବେ ଏବଂ ସୁସ୍ୱାଦୁ ଭୋଜନ କରିବେ।

Related story