ମେଷ: ବ୍ୟବସାୟରେ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ। କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ ରହିବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।
ବୃଷ: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ।
ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଶତ୍ରୁମାନେ ପରାଜିତ ହେବେ, ମିତ୍ରତାର ହାତ ବଢ଼ାଇବେ।
କର୍କଟ: ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବେପାର ବାଣିଜ୍ୟରେ କ୍ଷତି ସହିବେ। ବନ୍ଧୁ ସହଯୋଗର ହାତ ବଢ଼ାଇବେ।
ସିଂହ: ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ଶରୀର ପୀଡ଼ା ଦେଖାଯିବାର ସମ୍ଭାବନା ରହିଛି।
କନ୍ୟା: ନୂତନ ବ୍ୟବସାୟ କରିବା ପାଇଁ ଭାଇ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବେ। ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ସହଜରେ ସମାଧାନ ହେବ।
ତୁଳା: ଶୁଭ ଖବର ପାଇ ମନ ଖୁସି ରହିବ। ପରିବାରରେ ସୁଖଶାନ୍ତିରେ ଦିନଟି ଅତିବାହିତ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ଅର୍ଥ ଜନିତ ସମସ୍ୟା ଦେଇ ଗତି କରିବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧିହେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ।
ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସହଯୋଗୀ ମାନଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ଆଗକୁ ବଢିବେ। ଦୁର୍ଘଟଣା ଘଟିବାର ଭୟ ରହିଛି, ସେଥିପାଇଁ ସତର୍କ ରୁହନ୍ତୁ।
ମକର: ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ନୂତନ ଯାନବାହନ କ୍ରୟ କରିବା ପାଇଁ ଯୋଜନା କରିବେ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି, ସତର୍କ ରୁହନ୍ତୁ।
କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଗୁପ୍ତ ଶତ୍ରୁ ହଇରାଣ ହରକତ କରିପାରନ୍ତି, ସତର୍କ ରହନ୍ତୁ।
ମୀନ: ବ୍ୟବସାୟରେ କ୍ଷତି ହୋଇପାରେ। ସେଥିପାଇଁ ସତର୍କ ରହି କାର୍ଯ୍ୟ କରନ୍ତୁ। ନିଜ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ। ପରିବାରରେ ସୁଖ ଶାନ୍ତି ରହିବ।