/odisha-reporter/media/post_attachments/uploadimage/library/16_9/16_9_0/Rashi_1676080837.jpg)
Rashi
ମେଷ: ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ଧରଣର ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ବୃଷ: ସବୁ କାର୍ଯ୍ୟରେ ଆଶାମୁତାବକ ସଫଳତା ପାଇବେ। ନୂତନ କାର୍ଯ୍ୟାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି।
ମିଥୁନ: ଆୟ ତୁଳନାରେ ବ୍ୟୟ ଅଧିକ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଅନ୍ୟ ମନସ୍କ ହେତୁ କାର୍ଯ୍ୟରେ କିଛି ବିଘ୍ନ ଘଟିପାରେ।
କର୍କଟ: ଆକସ୍ମିକ ଧନଲାଭ ହେବ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ପରିଶ୍ରମ ଜାରି ରଖିବେ।
ସିଂହ: ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ସ୍ଥିର କରିବେ। ବକେୟା ପ୍ରାପ୍ୟ ଫେରିପାଇବେ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ।
କନ୍ୟା: କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ଦେଖାଇବେ ନାହିଁ। ମନ ଅସ୍ଥିର ରହିବ। ପରିବାରରେ ବିବାଦ ଦେଖାଦେବ। ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଦେଖାଦେଇପାରେ।
ତୁଳା: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ମହିଳା ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ବିଛା: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦର ସମ୍ମୁଖୀନ ହୋଇପାରନ୍ତି। ଶତ୍ରୁମାନେ କ୍ଷତି କରିପାରନ୍ତି।
ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ପରିବାରରେ ଅଶାନ୍ତି ଦେଖାଦେଇପାରେ।
ମକର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ଉତ୍ତମ ହେବ। ସମସ୍ତ କାର୍ଯ୍ୟରେ ଆଶାଠୁ ଅଧିକ ସଫଳତା ପାଇବେ। ନୂଆ ଚାକିରି ପ୍ରସ୍ତାବ ଆସିପାରେ।
କୁମ୍ଭ: ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଶରୀର ସୁସ୍ଥ ରହିବ। ଧନକୁ ନେଇ ପରିବାରରେ ବିବାଦ ଦେଖାଦେବ।
ମୀନ: ଅପମାନିତ ହୋଇପାରନ୍ତି। ସନ୍ତାନ ସନ୍ତତିମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ବାପାମା’ଙ୍କ ସହ ମତାନ୍ତର ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
