ମେଷ: ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା, ତାହା ସମାଧାନ ହେବ। ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଦୂରସ୍ଥାନକୁ ଯାତ୍ରା କରିବେ।
ବୃଷ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ବହୁଦିନର ସମସ୍ୟାକୁ ନେଇ ମନରେ ବ୍ୟସ୍ତ ବିବ୍ରତ ଜାଗ୍ରତ ହେବ। ଘରକୁ ଅତିଥିଙ୍କର ଆଗମନ ହେବ।
ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ବାପାମା‘ ସନ୍ତାନମାନଙ୍କ ପାଇଁ ଚିନ୍ତାରେ ରହିବେ।
କର୍କଟ: ମନରେ ଅସ୍ଥିରତା ବଢ଼ିବ। କର୍ମକ୍ଷେତ୍ରରେ ଅସନ୍ତୋଷ ଦେଖାଯିବ। ଛାତ୍ରଛାତ୍ରୀ ଶୁଭଖବର ପାଇବେ। ଚାକିରି ପାଇଁ ସୁଯୋଗ ମିଳିବ।
ସିଂହ: ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ। ଅଟକି ଥିବା କାର୍ଯ୍ୟ ପୂରା ହେବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।
କନ୍ୟା: ବ୍ୟବସାୟୀମାନେ ଲାଭ ପାଇବେ। ଦୂରସ୍ଥାନକୁ ଯାତ୍ରା କରିବେ। ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ତୁଳା: ରାଜନୀତି କରୁଥିବା ବ୍ୟକ୍ତିକୁ ଶୁଭଫଳ ମିଳିବ। ବହୁଦିନରୁ ଅଟକିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବନ୍ଧୁଙ୍କ ସହ ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିବେ।
ବିଛା: ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ପାରିବାରିକ କଳହ ଦେଖାଯିବ। ବ୍ୟବସାୟୀମାନେ କ୍ଷତି ସହିବାରୁ ମନ ଭଲ ରହିବ ନାହିଁ।
ଧନୁ: କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ। ଜଗିରଖି ଚଳିବାକୁ ହେବ। ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବେ। ଅଚାନକ ଧାନ ପ୍ରାପ୍ତି ହେବ।
ମକର: ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ବାକିପଡ଼ିଥିବା ଅର୍ଥ ଆଦାୟ ହେବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ। ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ।
କୁମ୍ଭ: ବ୍ୟବସାୟରେ ଅଚାନକ ଆୟ ବୃଦ୍ଧି ହେବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବ।
ମୀନ: ପଡ଼ୋଶୀଙ୍କ ସହିତ ବାଦବିବାଦ ଦେଖାଦେବ। ଆର୍ଥିକ ସମସ୍ୟା ଲାଗି ରହିବ। ବ୍ୟବସାୟରେ କ୍ଷତି ସହିବେ। ସନ୍ତାନ ମାନଙ୍କର କାଯ୍ୟକଳାପକୁ ଦେଖି ବାପାମା ବ୍ୟସ୍ତବିବ୍ରତ ହେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।