୧୨ ଜୁନ୍, ରବିବାର: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ

ମେଷ: ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା, ତାହା ସମାଧାନ ହେବ। ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଦୂରସ୍ଥାନକୁ ଯାତ୍ରା କରିବେ। ବୃଷ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ବହୁଦିନର ସମସ୍ୟାକୁ ନେଇ ମନରେ ବ୍ୟସ୍ତ ବିବ୍ରତ ଜାଗ୍ରତ ହେବ। ଘରକୁ ଅତିଥିଙ୍କର ଆଗମନ ହେବ। ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ […]

RASI

Tapaswini Nayak
  • Published: Sunday, 12 June 2022
  • , Updated: 12 June 2022, 09:28 AM IST

ମେଷ: ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା, ତାହା ସମାଧାନ ହେବ। ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଦୂରସ୍ଥାନକୁ ଯାତ୍ରା କରିବେ।

ବୃଷ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ବହୁଦିନର ସମସ୍ୟାକୁ ନେଇ ମନରେ ବ୍ୟସ୍ତ ବିବ୍ରତ ଜାଗ୍ରତ ହେବ। ଘରକୁ ଅତିଥିଙ୍କର ଆଗମନ ହେବ।

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ବାପାମା‘ ସନ୍ତାନମାନଙ୍କ ପାଇଁ ଚିନ୍ତାରେ ରହିବେ।

କର୍କଟ: ମନରେ ଅସ୍ଥିରତା ବଢ଼ିବ। କର୍ମକ୍ଷେତ୍ରରେ ଅସନ୍ତୋଷ ଦେଖାଯିବ। ଛାତ୍ରଛାତ୍ରୀ ଶୁଭଖବର ପାଇବେ। ଚାକିରି ପାଇଁ ସୁଯୋଗ ମିଳିବ।

ସିଂହ: ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ। ଅଟକି ଥିବା କାର୍ଯ୍ୟ ପୂରା ହେବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।

କନ୍ୟା: ବ୍ୟବସାୟୀମାନେ ଲାଭ ପାଇବେ। ଦୂରସ୍ଥାନକୁ ଯାତ୍ରା କରିବେ। ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିକୁ ଶୁଭଫଳ ମିଳିବ। ବହୁଦିନରୁ ଅଟକିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବନ୍ଧୁଙ୍କ ସହ ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିବେ।

ବିଛା: ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ପାରିବାରିକ କଳହ ଦେଖାଯିବ। ବ୍ୟବସାୟୀମାନେ କ୍ଷତି ସହିବାରୁ ମନ ଭଲ ରହିବ ନାହିଁ।

ଧନୁ: କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ। ଜଗିରଖି ଚଳିବାକୁ ହେବ। ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବେ। ଅଚାନକ ଧାନ ପ୍ରାପ୍ତି ହେବ।

ମକର: ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ବାକିପଡ଼ିଥିବା ଅର୍ଥ ଆଦାୟ ହେବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ। ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ।

କୁମ୍ଭ: ବ୍ୟବସାୟରେ ଅଚାନକ ଆୟ ବୃଦ୍ଧି ହେବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବ।

ମୀନ: ପଡ଼ୋଶୀଙ୍କ ସହିତ ବାଦବିବାଦ ଦେଖାଦେବ। ଆର୍ଥିକ ସମସ୍ୟା ଲାଗି ରହିବ। ବ୍ୟବସାୟରେ କ୍ଷତି ସହିବେ। ସନ୍ତାନ ମାନଙ୍କର କାଯ୍ୟକଳାପକୁ ଦେଖି ବାପାମା ବ୍ୟସ୍ତବିବ୍ରତ ହେବେ।

 

Related story