୧୨ ମାର୍ଚ୍ଚ, ରବିବାର: ଅଧାରେ ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ

ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ। ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ମାନସିକ ଅଶାନ୍ତି ଦୂରେଇ ଯିବ।

Rashi PhotoOR

Representational Image

Jitendra Garnayak
  • Published: Sunday, 12 March 2023
  • Updated: 12 March 2023, 07:33 AM IST

Sports

Latest News

ମେଷ: ଭାବିଚିନ୍ତି କାର୍ଯ୍ୟ ନ କଲେ ଅସୁବିଧାରେ ପଡ଼ିବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦ୍ୱିତା ସତ୍ତ୍ୱେ ଆଶା ମୁତାବକ ଲାଭ ମିଳିବ। ରାସ୍ତାରେ ଯା’ଆସ କରିବା ସମୟରେ ସତର୍କ ରହିବା ଆବଶ୍ୟକ।

ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ। ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ମାନସିକ ଅଶାନ୍ତି ଦୂରେଇ ଯିବ। ସ୍ୱାସ୍ଥ୍ୟ ଭଲ ରହିବ। 

ମିଥୁନ: ଆନୁଷ୍ଠାନିକ କାମ ପାଇଁ ବନ୍ଧୁଙ୍କ ସହଯୋଗ ଲୋଡ଼ିବେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ। ଅଧସ୍ତନ କର୍ମଚାରୀମାନେ କାର୍ଯ୍ୟରେ ସାହାଯ୍ୟ କରିବେ। 

କର୍କଟ: ଦୀର୍ଘ ଦିନର ବିବାଦର ସମାଧାନ ରାସ୍ତା ଖୋଲିଯିବ। ବ୍ୟବସାୟୀମାନେ ଭଲ ଲାଭ କରିବେ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ।

ସିଂହ: ଶତୃମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ସବୁ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ।

କନ୍ୟା: କର୍ମକ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଲାଭ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକଙ୍କ ସହ ଆଲୋଚନା କରିବା ଉଚିତ। ସତର୍କତା ଅବଲମ୍ବନ ନକଲେ ଆର୍ଥିକ କ୍ଷେତ୍ରରେ କ୍ଷତି ସହି ପାରନ୍ତି। 

Also Read

ତୁଳା: ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ମିଳିପାରେ। ବ୍ୟବସାୟୀମାନଙ୍କ କାରବାର ବଢ଼ିବ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ରାଜନୀତିରେ ସମାଲୋଚିତ ହେଲେ ମଧ୍ୟ ଭାବମୂର୍ତ୍ତିକୁ ଏହା ଖରାପ କରି ପାରିବ ନାହିଁ।

ବିଛା: ପ୍ରଚାର ପ୍ରସାର କରି ବ୍ୟବସାୟରେ ଭଲ ଲାଭ ପାଇପାରିବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ମାନସମ୍ମାନ ବୃଦ୍ଧି ହେବ।

ଧନୁ: ସବୁ କ୍ଷେତ୍ରରେ ବିଜୟୀ ହେବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଜାଗା, ଜମି ବା ଗୃହ ଆଦି କ୍ରୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

ମକର: ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଦାମୀ ଗାଡ଼ି କିଣିବା ପାଇଁ ମନ ବଳାଇ ପାରନ୍ତି। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। 

କୁମ୍ଭ: ନିର୍ମାଣ କାର୍ଯ୍ୟରେ ଯୋଜନା ଅନୁଯାୟୀ ଆଗେଇ ପାରିବେ। ଅଧାରେ ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଅତୀତରେ ଆପଣଙ୍କ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ।

ମୀନ: ନିଜ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ।
ବାଦବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos