୧୨ ଅକ୍ଟୋବର, ମଙ୍ଗଳବାର: ବିଦ୍ୟାର୍ଥୀମାନେ ସଫଳତା ପାଇବେ

ମେଷ: ଶାରୀରିକ ଅସୁସ୍ଥତା ଦେଖାଦେବାରୁ ମନ ଭଲ ରହିବ ନାହିଁ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ। ଘରକୁ ଅତିଥିଙ୍କର ଆଗମନ ହେବ। ବୃଷ:  ଆଜି ଦିନଟି ଭଲରେ କଟିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମିଥୁନ: ପାରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ସୁସ୍ୱାଦୁ ଭୋଜନ କରିବେ। ମାଙ୍ଗଳିକ କାର୍ଯ୍ୟପାଇଁ ଚିନ୍ତା କରିବେ।  ବ୍ୟବସାୟରେ ଲାଭ ପାଇବେ। କର୍କଟ: ଆଜି ଖୁସି ଖବର ମିଳିବା ସହିତ ବନ୍ଧୁଙ୍କ ସହିତ […]

RASI

RASI

Tapaswini Nayak
  • Published: Tuesday, 12 October 2021
  • Updated: 12 October 2021, 07:52 AM IST

Sports

Latest News

ମେଷ: ଶାରୀରିକ ଅସୁସ୍ଥତା ଦେଖାଦେବାରୁ ମନ ଭଲ ରହିବ ନାହିଁ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ। ଘରକୁ ଅତିଥିଙ୍କର ଆଗମନ ହେବ।

ବୃଷ:  ଆଜି ଦିନଟି ଭଲରେ କଟିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମିଥୁନ: ପାରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ସୁସ୍ୱାଦୁ ଭୋଜନ କରିବେ। ମାଙ୍ଗଳିକ କାର୍ଯ୍ୟପାଇଁ ଚିନ୍ତା କରିବେ।  ବ୍ୟବସାୟରେ ଲାଭ ପାଇବେ।

କର୍କଟ: ଆଜି ଖୁସି ଖବର ମିଳିବା ସହିତ ବନ୍ଧୁଙ୍କ ସହିତ ସାକ୍ଷାତ ହେବ।  ସ୍ୱାସ୍ଥ୍ୟରେ ଉନ୍ନତି ‌ଆସିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ସିଂହ: କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ହେବେ। ରାଜନୀତି କରୁଥିବା ବ୍ୟକ୍ତି ସାମାଜିକ କାର୍ଯ୍ୟରେ ଯୋଗ ଦେବେ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ଅଯଥା ଅଶାନ୍ତି ଦେଖାଯିବ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇ ପାରିବେ।ପାରିବାରିକ ଜୀବନ ସୁଖମୟ ରହିବା ସହିତ ଭ୍ରମଣ ଯୋଗ ରହିଛି।

ତୁଳା: ଦୂରଯାତ୍ରା ଶୁଭ ରହିବ। ଗୁରୁଜନଙ୍କ କଥା ମାନିଲେ ସଫଳତା ମିଳିବ। ଭାଇଭଉଣୀମାନଙ୍କ ସହ ମନୋମାଳିନ୍ୟ ଦୂର ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ।

ବିଛା: ଏଣୁ ତେଣୁ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିସ୍ଥିତି ନିୟନ୍ତ୍ରଣରେ ରହିବ ନାହିଁ। ଅର୍ଥ ଓ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ। ସଭାସମିତିରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

ଧନୁ: ଘରକୁ ଅତିଥି ଆସିପାରନ୍ତି। ନୂଆ ଜାଗା କିଣି ପାରନ୍ତି। ବିବାହ ପ୍ରସ୍ତାବ ଆସିପାରେ।ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ।

ମକର: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। କେହି ଛଳନା କରୁଥିଲେ, ତାହା ସାମ୍ନାକୁ ଆସିବ। ଶତ୍ରୁମାନେ ପରାସ୍ତ ହେବେ। ଭଲ ଫଳ ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼ିବ।

କୁମ୍ଭ: ପିଲାଙ୍କ ସହିତ ଅଧିକ ସମୟ କଟାଇବେ। ବିଦ୍ୟାର୍ଥୀମାନେ ସଫଳତା ପାଇବେ।

ମୀନ: ଘର କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। କର୍ମକ୍ଷେତ୍ରରେ ସଫଳତା ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos