ମେଷ: କର୍ମକ୍ଷେତ୍ରରେ ଅପମାନ ମିଳିବାର ସମ୍ଭାବନା ରହିଛି । ଗୁପ୍ତ ଶତ୍ରୁ ସଂଖ୍ୟା ବୃଦ୍ଧି ପାଇବ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ପରିଶ୍ରମ ଅନୁସାରେ ଶୁଭଫଳ ମିଳିବ ନାହିଁ । ମାଙ୍ଗଳିକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବା ସହ ବନ୍ଧୁଙ୍କର ପରାମର୍ଶ ନେବେ ।
ବୃଷ : ପାରିବାରିକ ସମସ୍ୟାର ସମାଧାନ ହେବ । ବୃତ୍ତିଗତ କାମରେ ମନ ବଳାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ ସୁସ୍ୱାଦୁ ଭୋଜନ କରିବେ । ନିର୍ମାଣାଧୀନ କାର୍ଯ୍ୟ ପାଇଁ ଶୁଭଖବର ମିଳିବ ଏବଂ ଅର୍ଥ ପ୍ରାପ୍ତି ହେବ ।
ମିଥୁନ: ମନରେ ଅସ୍ଥିରତା ବୃଦ୍ଧି ହେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ । ବ୍ୟବସାୟରେ ଲାଭ ମିଳିଲେ ମଧ୍ୟ ଅଯଥାରେ ଅର୍ଥ ବ୍ୟୟ ହେବ। ସନ୍ତାନ ମାନଙ୍କର ପାଠପଢ଼ାରେ ଉନ୍ନତି ହେବାରୁ ବାପାମା’ ଖୁସି ହେବେ ।
କର୍କଟ: ବ୍ୟବସାୟରେ ଲାଭ ମିଳିବ ଓ ବାକିପଡ଼ିଥିବା ଅର୍ଥ ଆଦାୟ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ ଏବଂ ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ ।
ସିଂହ: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ ।
କନ୍ୟା: ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।
ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।
ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।
ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ମନ ଭଲ ରହିବ ଓ ଶତୃମାନେ ଦୂର ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ ହେବେ ।
ମକର: ବହୁଦିନର ଆଶା ଅଭିଳାଷ ପୂର୍ଣ୍ଣ ହେବାରୁ ମନ ଖୁସି ରହିବ ଓ ଅଚାନକ ଅର୍ଥପ୍ରାପ୍ତି ହେବ। ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଓ ଘରକୁ ବନ୍ଧୁଙ୍କର ଆଗମନ ହେବ। ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ।
କୁମ୍ଭ: ପରିବାରରେ ହସଖୁସିରେ ସମୟ ଅତିବାହିତ କରିବା ସହିତ ସୁସ୍ୱାଦୁ ଭୋଜନ କରିବେ। ପ୍ରେମପ୍ରଣୟ ପାଇଁ ଦିନଟି ଭଲ ରହିବ ଓ କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବହୁଦିନର ଦୂରବନ୍ଧୁଙ୍କ ସହିତ ମିଳନ ହେବାରୁ ମନ ଖୁସି ରହିବ।
ମୀନ: ବାକିପଡ଼ିଥିବା ଅର୍ଥ ଆଦାୟ ହେବ ଏବଂ ନିର୍ମାଣାଧୀନ କାର୍ଯ୍ୟ ଆଗେଇ ଚାଲିବ । ନୂଆ ବ୍ୟବସାୟ ପାଇଁ ମନ ବଳାଇବେ ଓ ବନ୍ଧୁଙ୍କ ସହିତ ମିଳନ ହେବ। ସନ୍ତାନମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବାରୁ ବାପାମା’ ଖୁସି ହେବେ ।