ମେଷ: କାର୍ଯ୍ୟଭାର ବଢ଼ିଯିବାରୁ କ୍ଳାନ୍ତ ଅନୁଭବ କରିବେ। ବ୍ୟବସାୟରେ ଭଲ ଲାଭ ହେବ। ଯାନବାହାନ ଚଳାଚଳ ବେଳେ ସତର୍କ ରୁହନ୍ତୁ।
ବୃଷ: ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ପରିବାରରେ ମତଭେଦ ମଧ୍ୟ ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି।
ମିଥୁନ: ବ୍ୟବସାୟରେ ଅଧିକ ବ୍ୟୟ ହେବ। ନିଜର ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ପରିବାରରେ ଅଯଥା ବିବାଦ ଯୋଗୁଁ ମନ ଅଶାନ୍ତ ରହିବ।
କର୍କଟ: ବିଭିନ୍ନ ସମସ୍ୟାର ସମାଧାନର ବାଟ ମିଳିବ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରି ପାରନ୍ତି।
ସିଂହ: ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ। ମାନସିକ ଅଶାନ୍ତି ଦେଖା ଦେଇପାରେ। ନୂତନ କାର୍ଯ୍ୟଭାର ହାତକୁ ନେବେ।
କନ୍ୟା: ବ୍ୟବସାୟରେ କ୍ଷତି ହେଇପାରେ। ପରିବାରରେ ସବୁ ଠିକ୍ଠାକ୍ ରହିବ। ଶତ୍ରୁ ଉପରେ ବିଜୟ ଲାଭ କରିବେ।
ତୁଳା: ଶୁଭ ଖବର ପାଇ ମନ ଖୁସି ରହିବ। ପରିବାରରେ ସୁଖଶାନ୍ତିରେ ଦିନଟି ଅତିବାହିତ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ଅର୍ଥ ଜନିତ ସମସ୍ୟା ଦେଇ ଗତି କରିବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧିହେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ।
ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସହଯୋଗୀ ମାନଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ଆଗକୁ ବଢିବେ। ଦୁର୍ଘଟଣା ଘଟିବାର ଭୟ ରହିଛି, ସେଥିପାଇଁ ସତର୍କ ରୁହନ୍ତୁ।
ମକର: ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ନୂତନ ଯାନବାହନ କ୍ରୟ କରିବା ପାଇଁ ଯୋଜନା କରିବେ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି, ସତର୍କ ରୁହନ୍ତୁ।
କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଗୁପ୍ତ ଶତ୍ରୁ ହଇରାଣ ହରକତ କରିପାରନ୍ତି, ସତର୍କ ରହନ୍ତୁ।
ମୀନ: ବ୍ୟବସାୟରେ କ୍ଷତି ହୋଇପାରେ। ସେଥିପାଇଁ ସତର୍କ ରହି କାର୍ଯ୍ୟ କରନ୍ତୁ। ନିଜ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ। ପରିବାରରେ ସୁଖ ଶାନ୍ତି ରହିବ।