ଜୁଲାଇ ୧୩, ବୁଧବାର; ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ

ମେଷ: ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଅବହେଳା କରିବାରୁ ଅସୁବିଧାରେ ପଡିବେ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପାରିବାରିକ ଅଶାନ୍ତି ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅପମାନ ପାଇବାର ଯୋଗ ରହିଛି। ବୃଷ: ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ। ପାରିବାରିକ ସମସ୍ୟା ଦେଖାଦେବ। ଗୁପ୍ତଶତ୍ରୁ ବୃଦ୍ଧି ହେବ। ସନ୍ତାନମାନଙ୍କର ସ୍ୱଭାବକୁ ଦେଖି ବାପାମା କଷ୍ଟ ଅନୁଭବ କରିବେ। ମିଥୁନ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ। ବ୍ୟବସାୟରେ ଲାଭ ନହେବାରୁ ମନ […]

RASI

Tapaswini Nayak
  • Published: Wednesday, 13 July 2022
  • , Updated: 13 July 2022, 08:06 AM IST

ମେଷ: ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଅବହେଳା କରିବାରୁ ଅସୁବିଧାରେ ପଡିବେ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପାରିବାରିକ ଅଶାନ୍ତି ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅପମାନ ପାଇବାର ଯୋଗ ରହିଛି।

ବୃଷ: ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ। ପାରିବାରିକ ସମସ୍ୟା ଦେଖାଦେବ। ଗୁପ୍ତଶତ୍ରୁ ବୃଦ୍ଧି ହେବ। ସନ୍ତାନମାନଙ୍କର ସ୍ୱଭାବକୁ ଦେଖି ବାପାମା କଷ୍ଟ ଅନୁଭବ କରିବେ।

ମିଥୁନ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ। ବ୍ୟବସାୟରେ ଲାଭ ନହେବାରୁ ମନ ଅଶାନ୍ତ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ

କର୍କଟ: ବ୍ୟବସାୟରେ ବାକି ପଡିଥିବା ଅର୍ଥ ଆଦାୟ ହେବ।  ନୂତନ ବ୍ୟବସାୟ ପାଇଁ ମନ ବଳାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସୁସ୍ୱାଦୁ ଭୋଜନ କରିବେ।

ସିଂହ: କର୍ମକ୍ଷେତ୍ରରେ ସଫଳତା ପାଇବେ। ମହିଳାମାନଙ୍କୁ ମାନସମ୍ମାନ ପ୍ରାପ୍ତି ହେବ। ନୂତନ କର୍ମ ପାଇଁ ସୁଯୋଗ ମିଳିବ।

କନ୍ୟା: କର୍ମକ୍ଷେତ୍ରରେ ଆୟ ବୃଦ୍ଧି ହେବ। ଅଧିକ ପରିଶ୍ରମ କରି ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିବେ।  ବ୍ୟବସାୟରେ ଅର୍ଥ ଲାଭ ହେବ। ମହିଳାମାନେ ଧର୍ମପରାୟଣା ହେବେ।

ତୁଳା: କର୍ମକ୍ଷେତ୍ରରେ ଅପବାଦ ପାଇବାର ଯୋଗ ରହିଛି। ସେଥିପାଇଁ ସତର୍କ ରହିବାକୁ ପଡିବ। ଶରୀରରେ କୌଣସି ଆଘାତ ଲାଗିବାରୁ ଅସୁସ୍ଥତା ଅନୁଭବ କରିବେ। ପଡୋଶୀଙ୍କ ସହିତ କଳହ ଦେଖାଯିବାରୁ ମନ ଭଲ ରହିବ ନାହିଁ।

ବିଛା: ସାମାଜିକ କାର୍ଯ୍ୟରେ ମାନସମ୍ମାନ ମିଳିବ। ଶତ୍ରୁମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ସ୍ଥିତି ଠିକ୍ ରହିବ।ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ମହିଳାମାନଙ୍କୁ ସମ୍ମାନ ମିଳିବ।

ଧନୁ: ବ୍ୟବସାୟରେ ଲାଭ ହେବ। ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି।

ମକର: ବହୁଦିନର ବନ୍ଧୁଙ୍କ ସହିତ ମିଳନ ହେବ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ର୍ନିବାହ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ। ବ୍ୟବସାୟରେ କ୍ଷତି ହେବାରୁ ମନ ଭଲ ରହିବ ନାହିଁ।

କୁମ୍ଭ: ପରିବାର ସହିତ ଆଜି ଭ୍ରମଣର ଯୋଗ ରହିଛି। ସୁସ୍ୱାଦୁ ଭୋଜନ କରିବେ।ପ୍ରିୟଜନଙ୍କ ସହଯୋଗରେ ବ୍ୟବସାୟରେ ଆର୍ଥିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ।

ମୀନ: କର୍ମକ୍ଷେତ୍ରରେ ଲାଭ ପାଇବେ। ମାନସମ୍ମାନ ବୃଦ୍ଧି ହେବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ରହିଛି। ପଡ଼ୋଶୀଙ୍କ କଥାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ।

Related story