୧୩ ଅକ୍ଟୋବର, ବୁଧବାର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ

ମେଷ: ନିଜର ଭୁଲ ବୁଝିପାରି ଅନୁତପ୍ତ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ। ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି। ବୃଷ: ସନ୍ତାନମାନଙ୍କ ପାଇଁ ବାପା ମା ଚିନ୍ତାଗ୍ରସ୍ତ ରହିବେ। ପାରିବାରିକ ଅଶାନ୍ତି ଦେଖାଦେବ। ବାକି ପଡିଥିବା ଅର୍ଥ ଆଦାୟ ହେବ। ଯାତାୟତ ସମୟରେ ସାବଧାନ ସହିତ ଯାଆନ୍ତୁ। ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ ଦ୍ୱନ୍ଦ ଉପୁଜିବ। କର୍କଟ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ। ବ୍ୟବସାୟୀମାନେ […]

RASI

Tapaswini Nayak
  • Published: Wednesday, 13 October 2021
  • , Updated: 13 October 2021, 07:54 AM IST

ମେଷ: ନିଜର ଭୁଲ ବୁଝିପାରି ଅନୁତପ୍ତ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ। ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି।

ବୃଷ: ସନ୍ତାନମାନଙ୍କ ପାଇଁ ବାପା ମା ଚିନ୍ତାଗ୍ରସ୍ତ ରହିବେ। ପାରିବାରିକ ଅଶାନ୍ତି ଦେଖାଦେବ। ବାକି ପଡିଥିବା ଅର୍ଥ ଆଦାୟ ହେବ। ଯାତାୟତ ସମୟରେ ସାବଧାନ ସହିତ ଯାଆନ୍ତୁ।

ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ ଦ୍ୱନ୍ଦ ଉପୁଜିବ।

କର୍କଟ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ। ବ୍ୟବସାୟୀମାନେ ଲାଭ ପାଇପାରିବେ। ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବାପା ମା ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖା ଦେବାରୁ ମାନସିକ ଦୁଃଖ ମିଳିବ।

ସିଂହ: ପାରିବାରିକ ଦ୍ୱନ୍ଦ ଓ କଳହ ଲାଗି ରହିବ। ବ୍ୟବସାୟରେ ଅର୍ଥ ଅଭାବ ଦେଖାଯିବ। ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ। ଦୂରବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ।

କନ୍ୟା: କର୍ମକ୍ଷେତ୍ରକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ମନ ଚଳଚଞ୍ଚଳ ରହିବ। ବୃତ୍ତିଗତ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ।

ତୁଳା: ଧନପ୍ରାପ୍ତି ସମ୍ଭାବନା ଅଛି। ପୁରାତନ ରୋଗରୁ ଉପଶମ ମିଳିପାରେ। ସମ୍ପତ୍ତି କ୍ରୟ ବିକ୍ରୟ କରିପାରିବେ।

ବିଚ୍ଛା: କର୍ମକ୍ଷେତ୍ରରେ ଅପ୍ରୀତିକର ସ୍ଥିତି ଦେଖାଯାଇପାରେ। ତେବେ କୌଶଳ କରି ତା’ର ସମାଧାନ କରିପାରିବେ। ବ୍ୟବସାୟରେ ସଂଘର୍ଷ କରିବାକୁ ପଡ଼ିପାରେ।

ଧନୁ: ଉତ୍ତମ ରୋଜଗାର ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୌଣସି କଥାରେ ଅଯଥାରେ ମୁଣ୍ଡ ଭର୍ତ୍ତି କରନ୍ତୁ ନାହିଁ।

ମକର: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବଢ଼ିବ। ଶୁଭ ଫଳ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ ପରିବାରରେ ଶାନ୍ତି ବିରାଜମାନ କରିବ।

କୁମ୍ଭ: କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପୂର୍ବ ଯୋଜନାରେ ସଫଳତା ଲାଭ କରିବେ। ଆଜି ଆମିଷ ସେବନ କରନ୍ତୁ ନାହିଁ।

ମୀନ: ଘରେ କୌଣସି ସମସ୍ୟା ଥିଲେ, ଆଜି ତାହା ଦୂର ହୋଇଯାଇପାରେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ଯାତ୍ରା କରନ୍ତୁ ନାହିଁ।

 

Related story