Advertisment

୧୪ ଫେବ୍ରୁଆରୀ, ବୁଧବାର; ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ

ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବାରୁ ମନ ଖୁସି ରହିବ । ଘରକୁ ବନ୍ଧୁଙ୍କର ଆଗମନ ହେବା ସହିତ ଭ୍ରମଣ ଯୋଗ ରହିଛି। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ।

Rashi

Rashi

Advertisment

ମେଷ: କୌଣସି କଥାକୁ ନେଇ ମନସ୍ତାପ କରିବେ କିନ୍ତୁ ବନ୍ଧୁ ସମାଧାନ କରିଦେବେ । ବ୍ୟବସାୟରେ ଆଶାନୁସାରେ ଲାଭ ନମିଳିବାରୁ ମନ ଦୁଃଖ ରହିବ । ଛାତ୍ରଛାତ୍ରୀ ଚାକିରି କ୍ଷେତ୍ରକୁ ନେଇ ମନସ୍ତାପ କରିପାରନ୍ତି ।

Advertisment

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ମାନସମ୍ମାନ ମିଳିବ। ଛାତ୍ରଛାତ୍ରୀ ଚାକିରିକ୍ଷେତ୍ରରେ ଶୁଭଫଳ ପାଇବେ ଓ ସୁସ୍ୱାଦୁ ଭୋଜନ କରିବେ ।ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବାରୁ ମନ ଖୁସି ରହିବ।

ମିଥୁନ: ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବାରୁ ମନ ଖୁସି ରହିବ । ଘରକୁ ବନ୍ଧୁଙ୍କର ଆଗମନ ହେବା ସହିତ ଭ୍ରମଣ ଯୋଗ ରହିଛି। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ।

Advertisment

କର୍କଟ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ନଚେତ୍ ଅସୁବିଧାରେ ପଡିପାରନ୍ତି । ପରିବାରରେ ଛୋଟ କଥାକୁ ନେଇ ଅସନ୍ତୋଷ ଦେଖାଯିବାରୁ ମନ ଭଲ ରହିବ ନାହିଁ ।ବ୍ୟବସାୟରେ ଅଶାନୁସାରେ ଲାଭ ପାଇବେ ନାହିଁ କିନ୍ତୁ ବନ୍ଧୁ ସାହାଯ୍ୟ କରିବେ।

ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି।  କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ। 

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ । ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ।

କୁମ୍ଭ: ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ନୂତନ କର୍ମାରମ୍ଭ କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସହିତ କୌଣସି ନୂତନ ପଦ ପଦବୀ ଲାଭ କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ ।

ମୀନ: ଶାରିରୀକ ପୀଡା ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ଫଳରେ କାମପ୍ରତି ସ୍ପୃହା ରହିବ ନାହିଁ। କର୍ମକ୍ଷେତ୍ରରେ ସଠିକ୍ ନିଷ୍ପତି ନେଇ ପାରିବେ ନାହିଁ। ପ୍ରତିବନ୍ଧକ କାରଣରୁ ଶେଷ ସମୟରେ ଯାତ୍ରା ସ୍ଥଗିତ ରହିଯିବ।

Astrology Daily Horoscope
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe