୧୪ ସେପ୍ଟେମ୍ବର, ମଙ୍ଗଳବାର: ବ୍ୟୟ ବଢ଼ିବ

ମେଷ:ସାମାନ୍ୟ ଘଟଣାକୁ ନେଇ ପରିବାରରେ ଗଣ୍ଡଗୋଳ ଦେଖାଯିବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବ୍ୟୟ ବଢ଼ିବ। ବୃଷ: ବ୍ୟବସାୟରେ ଆଶାନୁରୂପ ଫଳ ନ ପାଇବାରୁ ହତାଶ ଭାବ ଦେଖାଦେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ। ମିଥୁନ: ଅସୁସ୍ଥତା  ଅନୁଭବ କରିବେ। ମନ ଭଲ ରହିବ ନାହିଁ। ଅଳୁସୁଆ ଅନୁଭବ କରିବେ। କର୍କଟ: ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବା ଫଳରେ […]

RASI

RASI

Tapaswini Nayak
  • Published: Tuesday, 14 September 2021
  • Updated: 14 September 2021, 07:49 AM IST

Sports

Latest News

ମେଷ:ସାମାନ୍ୟ ଘଟଣାକୁ ନେଇ ପରିବାରରେ ଗଣ୍ଡଗୋଳ ଦେଖାଯିବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବ୍ୟୟ ବଢ଼ିବ।

ବୃଷ: ବ୍ୟବସାୟରେ ଆଶାନୁରୂପ ଫଳ ନ ପାଇବାରୁ ହତାଶ ଭାବ ଦେଖାଦେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ।

ମିଥୁନ: ଅସୁସ୍ଥତା  ଅନୁଭବ କରିବେ। ମନ ଭଲ ରହିବ ନାହିଁ। ଅଳୁସୁଆ ଅନୁଭବ କରିବେ।

କର୍କଟ: ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବ।

ସିଂହ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପାରିବାରିକ ସ୍ଥିତିକୁ ନେଇ ମାନସିକ ସ୍ତରରେ ଅସ୍ଥିରତା ଦେଖାଦେବ। ବିଭିନ୍ନ ପ୍ରକାର ବାଧାବିଘ୍ନ ଲାଗି ରହିବ।

କନ୍ୟା: ବ୍ୟବସାୟରେ  ଅର୍ଥଲାଭ ଦେଖାଯିବ। ଅସହାୟଙ୍କୁ ସାହାଯ୍ୟ କରିବେ। ସନ୍ତାନମାନଙ୍କର ସ୍ୱାଭାବକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ରହିବେ।

ତୁଳା: ପାରିବାରିକ ବୁଝାମଣା ଠିକ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

ବିଛା: ଘର ପାଇଁ ନୂତନ ଯାନବାହାନ କିଣିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

ଧନୁ: କୌଣସି ଏକ ଖବର ପାଇ ମନସ୍ତାପ କରିବେ। ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ଅପମାନିତ ହେବେ।

ମକର: ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ।  ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ ।

କୁମ୍ଭ: ଦାମ୍ପତ୍ୟ ଜୀବନରେ ଖୁସିରେ କଟିବ। ଘରକୁ ଅତିଥି ଆସିପାରନ୍ତି। ମାନ-ସମ୍ମାନ ମିଳିବ।

ମୀନ: ମାଲି ମକଦ୍ଦମାରେ ସଫଳତା ପାଇବେ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅଶାନ୍ତି ଓ ବିବାଦ ଦେଖାଦେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos