ମେଷ:ସାମାନ୍ୟ ଘଟଣାକୁ ନେଇ ପରିବାରରେ ଗଣ୍ଡଗୋଳ ଦେଖାଯିବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବ୍ୟୟ ବଢ଼ିବ।
ବୃଷ: ବ୍ୟବସାୟରେ ଆଶାନୁରୂପ ଫଳ ନ ପାଇବାରୁ ହତାଶ ଭାବ ଦେଖାଦେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ।
ମିଥୁନ: ଅସୁସ୍ଥତା ଅନୁଭବ କରିବେ। ମନ ଭଲ ରହିବ ନାହିଁ। ଅଳୁସୁଆ ଅନୁଭବ କରିବେ।
କର୍କଟ: ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବ।
ସିଂହ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପାରିବାରିକ ସ୍ଥିତିକୁ ନେଇ ମାନସିକ ସ୍ତରରେ ଅସ୍ଥିରତା ଦେଖାଦେବ। ବିଭିନ୍ନ ପ୍ରକାର ବାଧାବିଘ୍ନ ଲାଗି ରହିବ।
କନ୍ୟା: ବ୍ୟବସାୟରେ ଅର୍ଥଲାଭ ଦେଖାଯିବ। ଅସହାୟଙ୍କୁ ସାହାଯ୍ୟ କରିବେ। ସନ୍ତାନମାନଙ୍କର ସ୍ୱାଭାବକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ରହିବେ।
ତୁଳା: ପାରିବାରିକ ବୁଝାମଣା ଠିକ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।
ବିଛା: ଘର ପାଇଁ ନୂତନ ଯାନବାହାନ କିଣିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।
ଧନୁ: କୌଣସି ଏକ ଖବର ପାଇ ମନସ୍ତାପ କରିବେ। ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ଅପମାନିତ ହେବେ।
ମକର: ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ ।
କୁମ୍ଭ: ଦାମ୍ପତ୍ୟ ଜୀବନରେ ଖୁସିରେ କଟିବ। ଘରକୁ ଅତିଥି ଆସିପାରନ୍ତି। ମାନ-ସମ୍ମାନ ମିଳିବ।
ମୀନ: ମାଲି ମକଦ୍ଦମାରେ ସଫଳତା ପାଇବେ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅଶାନ୍ତି ଓ ବିବାଦ ଦେଖାଦେବ।