୧୪ ମାର୍ଚ୍ଚ, ଗୁରୁବାର: ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ: ଦିନଟି ଭଲରେ କଟିବ। ଭାଇଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ତରବରିଆ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: ଖର୍ଚ୍ଚ ବଢ଼ିବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପରିବାରରେ ହସଖୁସିରେ ପରିବେଶ ରହିବ। ଦୁର୍ଘଟଣାର ଯୋଗ ରହିଛି।

ସିଂହ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଲାଗିରହିଥିବା ସମସ୍ୟା ସମାଧାନ ହେବ। ବୁଲିବାକୁ ଯାଇପାରନ୍ତି।

କନ୍ୟା: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ତୁଳା: ମନ ବିଚଳିତ ରହିବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ସମୟ ବିତାଇବେ।

ବିଚ୍ଛା: ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ମନ ବଳାଇବେ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି।

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ମନ ଖୁସି ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ଦ୍ୱନ୍ଦ୍ୱ ଭିତରେ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: କ୍ୟାରି‌ଅରରେ ପରିବର୍ତ୍ତନ କରିପାରନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

ମୀନ: ଧନପ୍ରାପ୍ତିର ଯୋଗ ରହିଛି। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।