୧୪ ଏପ୍ରିଲ, ରବିବାର: ଋଣ ଦିଅନ୍ତୁ ନାହିଁ

ମେଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ କ୍ଷେତ୍ରରେ ଅର୍ଥ ନିବେଶ ଉପରେ ଆଲୋଚନା କରିପାରନ୍ତି। ବୃଷ: ଆଜି ଦିନଟି ବହୁତ ଭଲରେ କଟିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମିଥୁନ: ବ୍ୟବସାୟ କ୍ଷେତ୍ରରେ ଆଶାମୁତାବକ ଲାଭ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ। କର୍କଟ: କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କାହାକୁ ଋଣ ଦିଅନ୍ତୁ […]

astro

astro

Rajalaxmi Sahu
  • Published: Sunday, 14 April 2019
  • Updated: 14 April 2019, 09:42 AM IST

Sports

Latest News

ମେଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ କ୍ଷେତ୍ରରେ ଅର୍ଥ ନିବେଶ ଉପରେ ଆଲୋଚନା କରିପାରନ୍ତି।

ବୃଷ: ଆଜି ଦିନଟି ବହୁତ ଭଲରେ କଟିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ମିଥୁନ: ବ୍ୟବସାୟ କ୍ଷେତ୍ରରେ ଆଶାମୁତାବକ ଲାଭ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ।

କର୍କଟ: କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କାହାକୁ ଋଣ ଦିଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ।

କନ୍ୟା: ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଘର ପାଇଁ କୌଣସି ଦାମୀ ଜିନିଷ କିଣି ପାରନ୍ତି।

ତୁଳା: କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନଟି କଟିବ। ଆତ୍ମବିଶ୍ୱାସ ବଢ଼ିବ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପିଲାଙ୍କୁ ନେଇ ଚିନ୍ତିତ ରହିପାରନ୍ତି।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ମନ ପ୍ରସନ୍ନ ରହିବ। କୌଣସି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ଧନୁ: ପରିବାରରେ ଭଲ ବାତାବରଣ ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯାନବାହନ କିଣିବାର ଯୋଗ ରହିଛି।

ମକର: ସାଙ୍ଗସାଥୀଙ୍କ ସହ ଦିନଟି ହସଖୁସିରେ କଟିବ। ଭାଇଙ୍କଠାରୁ ପରାମର୍ଶ ନେଇପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଚିନ୍ତାମୁକ୍ତ ରହିବେ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos