୧୪ ଡିସେମ୍ବର, ମଙ୍ଗଳବାର; ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବୃଷ: ବ୍ୟବସାୟରେ ବ୍ୟୟ ହେବ। ବନ୍ଧୁଙ୍କ ସହିତ ଅର୍ଥ କାରବାରକୁ ନେଇ ମତଭେଦ ସୃଷ୍ଟି ହେବ। କୌଣସି ଏକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯିବାକୁ ପଡିବ। ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିବେ। ମିଥୁନ: ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଦୂରସ୍ଥାନକୁ ଭ୍ରମଣ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ଉନ୍ନତି କରିବେ। ପ୍ରତ୍ୟେକ କାର୍ଯ୍ୟରେ […]

RASI

RASI

Tapaswini Nayak
  • Published: Tuesday, 14 December 2021
  • Updated: 14 December 2021, 07:50 AM IST

Sports

Latest News

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବୃଷ: ବ୍ୟବସାୟରେ ବ୍ୟୟ ହେବ। ବନ୍ଧୁଙ୍କ ସହିତ ଅର୍ଥ କାରବାରକୁ ନେଇ ମତଭେଦ ସୃଷ୍ଟି ହେବ। କୌଣସି ଏକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯିବାକୁ ପଡିବ। ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିବେ।

ମିଥୁନ: ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଦୂରସ୍ଥାନକୁ ଭ୍ରମଣ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ଉନ୍ନତି କରିବେ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ସାଥ ଦେବ।

କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ କାର୍ଯ୍ୟ ନିମିତ୍ତ ଦୂରସ୍ଥାନକୁ ଯାତ୍ରା କରିବେ।

ସିଂହ: ପିଲାମାନଙ୍କର ବ୍ୟବହାରକୁ ନେଇ ବାପାମା’ମାନେ ଦୁଃଖ ଅନୁଭବ କରିବେ। ବହୁଦିନର ବିଚାରଧୀନ ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ। ବହୁଦିନର ଆଶା ପୂରଣ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

କନ୍ୟା: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କିନ୍ତୁ ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।

ତୁଳା: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ମିଳିବ। ପ୍ରତ୍ୟେକଟ କାର୍ଯ୍ୟରେ ଶୁଭଫଳ ପାଇବେ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢାଇବେ। ଧାରକରଜ କରିବାକୁ ପଡିବ। ଗୁପ୍ତଶତ୍ରୁଙ୍କର କାର୍ଯ୍ୟ କଳାପ ମନରେ ଭୟ ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ।

ଧନୁ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ଅର୍ଥ କାରବାରକୁ ନେଇ ମାନସିକ ଚାପରେ ରହିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ମକର: କର୍ମକ୍ଷେତ୍ରରେ କୌଣସି ଏକ ଖବର ଶୁଣି ମନରେ ଅସ୍ଥିରତା ବୃଦ୍ଧି ହେବ। ଘର ପାଇଁ କୌଣସି ଯାନବାହାନ କିଣିବା ପାଇଁ ସୁଯୋଗ ରହିଛି।ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ହେବେ। ବହୁ ଦିନର ଦୂର ବନ୍ଧୁଙ୍କ ସହିତ ମିଳନ ହେବ।

କୁମ୍ଭ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ନୂତନ ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ମିଳିବ।ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇବେ।

ମୀନ: ବ୍ୟବସାୟରେ ଅର୍ଥଲାଭ ହେବାରୁ ନୂତନ ଜାଗା କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ନିନ୍ଦିତ ଓ ଅପମାନିତ ହେବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos